ଖଡ଼ିଆଳରେ ଜମୁଛି ଶାରଦୀୟ ନବରାତ୍ରୀ ପୂଜା, ମଣ୍ଡପରେ ଲାଗୁଛି ଶତାଧିକ ଭକ୍ତଙ୍କ ଭିଡ

By ETV Bharat Odisha Team

Published : Oct 18, 2023, 8:06 PM IST

thumbnail

ନୂଆପଡା: ଖଡ଼ିଆଳରେ ଜମୁଛି ଶାରଦୀୟ ନବରାତ୍ରୀ ପୂଜା । ଚତୁର୍ଥ କୁଷ୍ମାଣ୍ଡ ବେଶରେ ଦର୍ଶନ ଦେଉଛନ୍ତି ମା’ ଦଶଭୂଜା । ମା’ଙ୍କୁ କୁଷ୍ମାଣ୍ଡ ବେଶରେ ଦର୍ଶନ କରିବା ପାଇଁ ଲାଗୁଛି ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ଭକ୍ତଙ୍କ ସମାଗମ । ବିଶେଷ କରି ପଡୋଶୀ ଛତିଶଗଡ଼ ରାଜ୍ୟରୁ ଅଧିକରୁ ଅଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଖଡ଼ିଆଳ ରାଜ ଦରବାର ସମ୍ମୁଖରେ ତତ୍କାଳୀନ ରାଜା ରତନ ସିଂ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ 1952 ମସିହାରୁ ଦୁର୍ଗା ପୂଜା ପାଳିତ ହୋଇ ଆସୁଛି । କାଳକ୍ରମେ ରାଜା ରାଜୁଡା ଶାସନ ଚାଲିଯିବା ପରେ, ରାଜ ପରିବାର ସଦସ୍ୟ ଯୁବରାଜ ଦେବଦେବ ସିଂ ଦେବଙ୍କ ନେତୃତ୍ୱରେ ସାର୍ବଜନୀନ ଦୁର୍ଗାପୂଜା କରାଯାଉଛି । ଆଜକୁ 72 ବର୍ଷ ହେବ ନିରବଚ୍ଛିନ୍ନ ଭାବରେ ସାତ୍ବିକ ରୀତିନୀତିରେ ଷୋଡଶ ଉପଚାରରେ ପାଳିତ ହୋଇଆସୁଛି ମା‘ଙ୍କ ପୂଜା । ସେହିଭଳି ଖଡ଼ିଆଳ ପଟ୍ଟନାୟକ ପଡା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ 1954 ମସିହାରୁ ଅଦ୍ୟାବଧି ଶାରଦୀୟ ନବରାତ୍ରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି । ଚଳିତ ବର୍ଷ ପଟ୍ଟନାୟକ ପଡା ପୂଜାମଣ୍ଡପକୁ 70 ବର୍ଷ ପୂର୍ତ୍ତି ହେବ । ଯଥା ରୀତିନୀତିରେ ପୂଜା ଚାଲିଥିବାବେଳେ, ଉଭୟ ପୂଜା ମଣ୍ଡପରେ ସନ୍ଧ୍ୟା ଆଳତୀ ମୁଖ୍ୟ ଆକର୍ଷଣ ପାଳଟିଛି । 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.