Watch video: ରାହୁଲଙ୍କୁ ରାସ୍ତାରେ ଅଟକାଇଲା ପୋଲିସ

By

Published : Jun 29, 2023, 4:57 PM IST

thumbnail

ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁର ଗସ୍ତରେ ବାହାରି ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାସ୍ତାରେ ଅଟକାଇଛି ମଣିପୁର ପୋଲିସ । ଇମ୍ଫାଲରୁ 20 କି.ମି ଦୂର ବିଷ୍ଣୁପୁର ନିକଟରେ ମଣିପୁର ପୋଲିସ ରାହୁଲଙ୍କ କନଭୟକୁ ଅଟକାଇଥିଲା । ରାହୁଲଙ୍କ ସାଙ୍ଗରେ ଦଳର ଅନ୍ୟତମ ବରିଷ୍ଠ ନେତା କେସି ବୋଣୁଗୋପାଳଙ୍କ ସମେତ ଏକାଧିକ ପ୍ରାଦେଶିକ କଂଗ୍ରେସ ନେତା ମଧ୍ୟ ଥିଲେ । ରାହୁଲଙ୍କୁ ସଡକ ପଥରେ ଯିବା ପାଇଁ ବାରଣ କରାଯିବ ସହ ହେଲିକପ୍ଟର ମାଧ୍ୟମରେ ଚୁରାଚାନ୍ଦପୁର ଯିବାକୁ ପରାମର୍ଶ ଦିଆଯାଇଥିବା ସ୍ଥାନୀୟ ଏସପି ଏଚ. ବଳରାମ ସିଂ କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ:-Rahul Gandhi in Manipur: ବିଷ୍ଣୁପୁର ନିକଟରେ ରାହୁଲଙ୍କୁ ଅଟକାଇଲା ପୋଲିସ, ଫେରିଆସିଲେ ଇମ୍ଫାଲ

ରାହୁଲ ରାଜଧାନୀ ଇମ୍ଫାଲରେ ପହଞ୍ଚିବା ପରେ ସେଠାରୁ ସର୍ବଧିକ ପ୍ରଭାବିତ ତଥା ହିଂସାର ଉତ୍ପତିସ୍ଥଳ କୁହାଯାଉଥିବା ଚୁରାଚାନ୍ଦପୁର ଜିଲ୍ଲା ଅଭିମୁଖେ ବାହାରିଥିଲେ । ରାହୁଲଙ୍କ ଟିମ ଏବେ ଇମ୍ଫାଲ ଫେରିଆସିଛନ୍ତି । ରାହୁଲଙ୍କ ନେତୃତ୍ବାଧୀନ କଂଗ୍ରେସ ଟିମର ପରିବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଦଳ ପକ୍ଷରୁ କିଛି ସ୍ପଷ୍ଟ କରଯାଇନାହିଁ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.