Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ

By

Published : Jul 12, 2023, 6:46 AM IST

thumbnail

ପୁରୀ: ଅନାଥର ନାଥ ଶ୍ରୀ ଜଗନ୍ନାଥ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ଭାବ ବିନୋଦିଆ କାଳିଆ ଠାକୁରର ଚକା ନୟନକୁ ଅନାଇଲେ ଓଦା ହୋଇଯାଏ ଭକ୍ତର ଆଖି । ପ୍ରତିଦିନ ବଡି ଭୋରୁ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦ୍ବାରଫିଟା ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ଆଳତୀ କରିଛନ୍ତି ସେବାୟତ । ଘଣ୍ଟି ଧୂପ ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ହୋଇଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.