ଦନ୍ତାର ଦାଦାଗିରି, ବ୍ୟକ୍ତିଙ୍କୁ କଚାଡ଼ି ନେଲା ପ୍ରାଣ

By ETV Bharat Odisha Team

Published : Dec 23, 2023, 8:07 PM IST

thumbnail

ଢେଙ୍କାନାଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । କେତେ ବେଳେ ଦନ୍ତା ଆକ୍ରମଣରେ ମଣିଷ ବଳି ପଡୁଛି ତ ଆଉ କେତେ ବେଳେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ । ତେବେ ଗତ ସପ୍ତାହରେ ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳର ଆଙ୍କୁର୍ଦ ଗ୍ରାମର ଜଣଙ୍କୁ ହାତୀ କଚାଡି ମାରିଥିବା ବେଳେ ଆଜି ପୁଣି  ଆଉ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ।  ମୃତକ ଜଣଙ୍କ ହେଲେ ଉକ୍ତ ଆଙ୍କୁର୍ଦ ଗ୍ରାମର ଅଦ୍ୱୈତ ସ୍ୱାଇଁ ।  

ସୂଚନା ଅନୁସାରେ, ଅଦ୍ୱୈତ ଆଜି ସନ୍ଧ୍ୟାରେ ତାଙ୍କ ଘର ପଛ ପଟକୁ ଶୌଚ ହେବାକୁ ଯାଇଥିଲେ । ମାତ୍ର ତାଙ୍କ ବାଡ଼ି ପଛକୁ ଏକ ଦନ୍ତା ହାତୀ ପଳାଇ ଆସିଥିବା ବେଳେ ଏହି ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଟେକି କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଅଂଚଳରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ବଢ଼ୁଥିବାରୁ ଗ୍ରାମବାସୀଙ୍କ ମହଲରେ ଚାପା ଉତ୍ତ୍ୱେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳକୁ ବନ କର୍ମଚାରୀ ମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ଏହି ମଣିଷମରା ଦନ୍ତା ହାତୀଟି ପାଖ ଜଙ୍ଗଲରେ ରହିଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେହିପରି ଗତ 10 ତାରିଖ ଦିନ ଢେଙ୍କାନାଳ ଗଁନ୍ଦିଆର ଅଙ୍କୁର୍ଦ ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ଗୁରୁତର ହୋଇଥିଲେ । ଚାଷୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି  l ଢେଙ୍କାନାଳରେ ବଣୁଆ ହାତୀଙ୍କ ଉପଦ୍ରବ ଥମିବାରେ ନାଁ ଧରୁନି । ଜିଲ୍ଲାରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି  । ଏଥିପ୍ରତି ବନବିଭାଗ ଗୁରୁତ୍ବ ଦେବା ସହ ଏଥିପ୍ରତି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ଦାବି ହୋଇଛି  l  

ଏହା ମଧ୍ୟ ପଢ଼ନ୍ତୁ.....ହାତୀ ଆକ୍ରମଣରେ ଯୁବକ ମୃତ; ମାଆ-ଝିଅ ଗୁରୁତର

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.