ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସରପଞ୍ଚଙ୍କ ପୁଅର ମୃତଦେହ ଉଦ୍ଧାର, କମେଣ୍ଟ ମରାକୁ ବିରୋଧ କରିବାରୁ ହତ୍ୟା !

By ETV Bharat Odisha Team

Published : Dec 2, 2023, 8:43 AM IST

thumbnail

ଫୁଲବାଣୀ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡ଼କି ଗ୍ରାମ ପଞ୍ଚାୟତରେ ହତ୍ୟାକାଣ୍ଡ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସରପଞ୍ଚଙ୍କ ପୁଅର ମୃତଦେହ ଉଦ୍ଧାର କରାଯାଇଛି । କମେଣ୍ଟ ମରାକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଏବେ ସୁଦ୍ଧା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତି ହେଲେ ଦଡ଼କି ଗ୍ରାମ ପଞ୍ଚାୟତର ସରପଞ୍ଚ ନମିତା ମଲ୍ଲିକଙ୍କ ପୁଅ ସଞ୍ଜିତ କୁମାର ମଲ୍ଲିକ । ଏଥିସହ ସଞ୍ଜିତ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ ସଭାପତି ମଧ୍ୟ ଥିଲେ । 

ଏହାମଧ୍ୟ ପଢନ୍ତୁ.. ମରଣାନ୍ତକ ଆକ୍ରମଣ: ଗୋଷ୍ଠୀ ବିବାଦରେ 5 ଆହତ

ଗ୍ରାମବାସୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ତିନି ଦିନ ପୂର୍ବରୁ ସ୍ଥାନୀୟ ଦଡ଼କି ଛକରେ କିଛି ଯୁବକ ଗ୍ରାମର ଝିଅମାନଙ୍କୁ କମେଣ୍ଟ ମାରିବାରୁ ସଂଜିତ ଏହାକୁ ବିରୋଧ କରିଥିଲେ । ଘଟଣାକୁ ନେଇ ସମ୍ପୃକ୍ତ ଯୁବକ ମାନଙ୍କ ସହ ସଂଜିତଙ୍କ ବଚସା ମଧ୍ୟ ହୋଇଥିଲା । ଗ୍ରାମର କିଛି ଲୋକ ହସ୍ତକ୍ଷେପ ପରେ ଉଭୟଙ୍କ ମଧ୍ୟରେ ବୁଝାବଣା ହୋଇଥିଲା । ତେବେ ଉକ୍ତ ଯୁବକମାନେ ରାଗ ରଖି ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ମୃତ୍ୟୁ ପୂର୍ବରୁ ସଞ୍ଜିତ କହିଥିଲେ । 

ଏନେଇ ସଞ୍ଜିତଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଦାୟର ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସଦର ଥାନା ପୋଲିସ ଓ ଡଗ ସ୍କ୍ୱାଡ଼ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ପୋଲିସ 3 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.