ଷ୍ଟିଲ ସିଟିରେ ମା’ଙ୍କ ମହାସପ୍ତମୀ ପୂଜା, ବିଭିନ୍ନ ପେଣ୍ଡାଲ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ

By ETV Bharat Odisha Team

Published : Oct 21, 2023, 9:30 PM IST

thumbnail

ରାଉରକେଲା: ରାଉରକେଲା ସେକ୍ଟର-2ରେ ଧୁମଧାମରେ ଚାଲିଛି ମା’ଙ୍କ ସପ୍ତମୀ ପୂଜା । ଶାରଦୀୟ ଦୁର୍ଗାପୂଜା ଦେଖିବା ପାଇଁ ବିଭିନ୍ନ ପେଣ୍ଡାଲରେ ଲାଗିଛି ଭକ୍ତଙ୍କ ଭିଡ । ସହରର ବିଭିନ୍ନ ପୂଜା ମଣ୍ଡପରେ ରଙ୍ଗବେରଙ୍ଗର ସାଜସଜ୍ଜା ସହ ଆଲୋକମାଳାରେ ଝଲସି ଉଠିଛି ମଣ୍ତପ । ମନ୍ତ୍ର ଧ୍ବନିରେ ବିଭିନ୍ନ ପୀଠ ଓ ମଣ୍ଡପରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଭକ୍ତିମେୟ ପରିବେଶ । ପୂଜା ମଣ୍ଡପରେ ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ପଞ୍ଚ କର୍ମ ନୀତି ସହ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ପରେ ମା‘ଙ୍କ ସ୍ଵତନ୍ତ୍ର ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଆଳତୀ, ଚଣ୍ତୀପାଠ, ପୁଷ୍ପାଞ୍ଜଳି ସହ ଅନେକ ଗୁପ୍ତନୀତି କରାଯିବ । 

ତେବେ ଏଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପେଣ୍ତାଲରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଭିନ୍ନ ଡିଜାଇନର ତୋରଣ ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ବେଶ ଆକର୍ଷଣ କରୁଛି । ରାଜସ୍ଥାନ ଜୟପୁରର ଅଲବର୍ଟ ହଲ ମ୍ୟୁଜିୟମକୁ ସୁନ୍ଦର ଭାବରେ ନିର୍ମାଣ କରି ପ୍ରଶଂସା ସାଉଁଟିଛି ସେକ୍ଟର-2 ପେଣ୍ଡାଲ । ଯେଉଁଠାରେ ମହାଆଡମ୍ବରରେ ପରମ୍ପରା ଓ ଭକ୍ତିର ଏକ ମନୋମୁଗ୍ଧକର ମିଶ୍ରଣ ଦେଖିବାକୁ ମିଳିଥିଲା । ବିଭିନ୍ନ ପୃଷ୍ଠଭୂମି ଓ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ଦୁର୍ଗାପୂଜା ପାଳନ କରୁଥିବାରୁ ଏକତା ଓ ଭକ୍ତିର ଭାବ ସ୍ପଷ୍ଟ ବାରି ହୋଇପଡୁଛି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.