ଷୋଡ଼ଶୀ ବେଶରେ ଦର୍ଶନ ଦେଲେ ମାଆ କଟକ ଚଣ୍ଡୀ

By

Published : Sep 28, 2022, 7:36 PM IST

Updated : Feb 3, 2023, 8:28 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତ କାଳୀନ ଷୋହଳ ଦିନାତ୍ମକ ବେଶ । କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ମଙ୍ଗଳବାର ପବିତ୍ର ଆଶ୍ବିନ ଷୋଡଷ ଦିନାତ୍ମକ ପୂଜାର 11ମ ଦିନରେ ଷୋଡଶୀ ବେଶରେ ଦର୍ଶନ ଦେଇଛନ୍ତି । ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନାରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା' ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇଛନ୍ତି । ତେବେ କଟକ ସମେତ ଅନ୍ୟ ଜିଲ୍ଲାରୁ ମଧ୍ୟ ଭକ୍ତ ଆସି ମା' କଟକ ଚଣ୍ଡୀଙ୍କୁ ଦର୍ଶନ କରୁଛନ୍ତି । ଇଟିଭି ଭାରତ, କଟକ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.