ହରଚଣ୍ଡୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ, ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

By ETV Bharat Odisha Team

Published : Oct 17, 2023, 10:10 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତ କାଳୀନ ଷୋହଳ ଦିନାତ୍ମକ ବେଶ । କଟକର ଆରାଧ୍ୟ ଦେବୀ ମା‘ କଟକ ଚଣ୍ଡୀ ଆଜି ହରଚଣ୍ଡୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ବର୍ଷକରେ ଥରେ ମା’ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଛନ୍ତି । କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି । ଧୂପ, ଦୀପ, ଆଳତିରେ ପ୍ରକମ୍ପିତ କଟକର ଅଧିଷ୍ଠାତ୍ରୀ ଦେବୀ ମା‘ କଟକ ଚଣ୍ଡୀ ମନ୍ଦିର । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।  ଏହି ପବିତ୍ର ବେଶ ସମୂହ ମୂଳାଅଷ୍ଟମୀ ଠାରୁ ଆରମ୍ଭ ହୋଇ ମାଆଙ୍କ ବିସର୍ଜନ ପର୍ଯ୍ୟନ୍ତ ଚାଲିଥାଏ । ଶେଷ ଦିନରେ ମାଆ ମହିଷା ମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁରକୁ ବଦ୍ଧ କରିଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି ।

ଏହା ମଧ୍ୟ ପଢନ୍ତୁ..Durga Puja Special: ସତୀଙ୍କ ଦାନ୍ତରୁ ଦନ୍ତେଶ୍ବରୀ ପୀଠ, ଦଶହରାରେ ହୁଏ ମା’ଙ୍କ ରଥଯାତ୍ରା

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.