ଷୋଡ଼ଶ ପୂଜା, ଗାୟତ୍ରୀ ବେଶରେ ଦର୍ଶନ ଦେଲେ ମା କଟକ ଚଣ୍ଡୀ

By

Published : Sep 30, 2022, 7:56 PM IST

Updated : Feb 3, 2023, 8:28 PM IST

thumbnail

କଟକ: ଶାରଦୀୟ ଦୁର୍ଗା ପୂଜାର ଷୋହଳ ପୂଜାର ତ୍ରୟୋଦଶ ଦିନରେ ମା' କଟକ ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପବିତ୍ର ନବରାତ୍ରି ପୂଜାର ଆଜି ପଞ୍ଚମ ଦିନ । ଦୁର୍ଗାପୂଜା ଆଉ କିଛି ଦିନ ବାକିଥିବା ବେଳେ ଚଳଚଞ୍ଚଳ ହୋଇପଡିଛି କଟକ ଶକ୍ତି ପୀଠ । ଷୋଡ଼ଶ ଦିନାତ୍ମକ ପୂଜା ଅବସରରେ ଭକ୍ତମାନଙ୍କୁ ମା' ଗାୟତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶକୁ ଦେଖିବା ପାଇଁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ମାଆଙ୍କ ସାମ୍ନାରେ ଥିବା ପରଦା ଉଠିବା କ୍ଷଣି ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ପୀଠ । ଆଜି ଦିନ ତମାମ ମାଆଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲାଇନ ଲାଗିଛି । ନବରାତ୍ର ପୂଜା ଚାଲିଥିବାରୁ ମା'ଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି । ତେବେ ଗଡ଼ଚଣ୍ଡୀଙ୍କ ଏହି ଗାୟତ୍ରୀ ବେଶର ମହିମା ଅସୀମ ଓ ଅପାର । ଇଟିଭି ଭାରତ, କଟକ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.