ବିଜୟା ଦଶମୀ: ମହିଷା ମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By ETV Bharat Odisha Team

Published : Oct 24, 2023, 9:50 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠଗୁଡିକରେ ଶରତ କାଳୀନ ଷୋହଳ ଦିନାତ୍ମକ ବେଶରେ ଦର୍ଶନ ଦେଇଛନ୍ତି ମା' । ଆଜି ପୀଠରେ ଶେଷ ଦର୍ଶନ । ତେବେ କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ମହିଷା ମର୍ଦ୍ଦିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପହଡ଼ ଫିଟିବା ମାତ୍ରେ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡ଼ିଥିଲେ। ତେବେ ମା' କଟକ ଚଣ୍ଡୀଙ୍କ ପୀଠରେ ଆଜି ଭକ୍ତମାନଙ୍କର ଖଚାଖଚ ଭିଡ଼ ହୋଇଥିଲା । ହୋମଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା'ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇଛନ୍ତି ।

ଏହା ବି ପଢନ୍ତୁ-  ପୀଠରେ ଦଶମୀ, ମହାସରସ୍ଵତୀ ବେଶରେ ଦର୍ଶନ ଦେଲେ ମା' କଟକଚଣ୍ଡୀ

ତେବେ କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି । ଧୂପ ଦୀପ ଆଳତୀରେ ପ୍ରକମ୍ପିତ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ମନ୍ଦିର । ମନ୍ଦିର ପରିସରରେ ଲାଗିଛି ଭକ୍ତଙ୍କ ଭିଡ଼ । ନବରାତ୍ର ପୂଜା ଶେଷ ହୋଇଛି। ଏହି ଅବସରରେ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କୁ ଏକ ଭିନ୍ନ ବେଶରେ ଦେଖିବାକୁ ପାଇଛନ୍ତି ଭକ୍ତ। ତେବେ ଦୁର୍ଗାପୂଜା ଅବସରରେ ମା' ଚଣ୍ଡୀଙ୍କ ନିକଟରେ ନବରାତ୍ର ପୂଜା ଶେଷ ହୋଇଛି । ଶେଷ ଦିନରେ ଘଣ୍ଟ ଘଣ୍ଟିର ନାଦରେ ମନ୍ଦିର ପରିସର ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ମା'ଙ୍କ ଦର୍ଶନ କରିଛନ୍ତି । ଏହାସହିତ ଷୋଡଶ ଉପଚାରରେ ମା'ଙ୍କର ଏହି ବେଶକୁ ଦେଖିବା ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ ଜମିଥିଲା । ଏହି ପବିତ୍ର ବେଶ ସମୂହ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ମା'ଙ୍କ ବିସର୍ଜନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଏ । ଶେଷ ଦିନରେ ଅର୍ଥାତ ଆଜି ମା' ମହିଷା ମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁରକୁ ବଧ କରିଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.