ବାଲେଶ୍ଵରରେ ଜମୁଛି ଗଣେଶ ପୂଜା, ଆଶୀର୍ବାଦ ଦେଉଛନ୍ତି ବିଘ୍ନ ବିନାଶକ

By ETV Bharat Odisha Team

Published : Sep 20, 2023, 12:06 PM IST

thumbnail

ବାଲେଶ୍ବର: ବିଘ୍ନବିନାଶକ ଗଜାନନଙ୍କୁ ମର୍ତ୍ତ୍ୟ ମଣ୍ଡଳକୁ ଆବାହନ କରାଯାଇଛି । ସେହିପରି ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା କରାଯାଉଛି। ଗଣେଶ ଚତୁର୍ଥୀ ଅବସରରେ ସବୁଠୁ ବେଶୀ ଭିଡ଼ ଦେଖିବାକୁ ମିଳିଛି ବିବେକାନନ୍ଦ ମାର୍ଗର ସେଣ୍ଟ ଭିନସେଣ୍ଟ ବିଦ୍ୟାଳୟ ସମ୍ମୁଖରେ। ସେଠାରେ ୨୫ଟି ମେଢ଼ ପ୍ରତିଷ୍ଠା ହୋଇ ପୂଜା ପାଉଥିବାବେଳେ ଭକ୍ତ ଓ ଦର୍ଶକଙ୍କ ଗହଳି ଦେଖାଯାଇଛି । ସେହିପରି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଇଂଜିନିୟରିଂ କଲେଜ ସମତେ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ମଧ୍ୟ ବୁଦ୍ଧିଦାତା ବିଘ୍ନନାଶନଙ୍କ ପୂଜା କରାଯାଇଛି । 

ଭିଡ଼ ନିୟନ୍ତ୍ରଣ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭାରିଯାନ ଏବଂ ଚାରିଚକିଆ ଓ ଦୁଇଚକିଆ ଯାନଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯାଇଛିି । ଫକୀରମୋହନ ଗୋଲେଇରେ ଲୋରି କ୍ଲବ୍ ପକ୍ଷରୁ ସୁନ୍ଦର ତୋରଣ ସାଙ୍ଗକୁ ଆକର୍ଷଣୀୟ ପୂଜା ପେଣ୍ଡାଲ ହୋଇଥିବା ବେଳେ ସିନେମା ଛକ ନିକଟବର୍ତ୍ତୀ ଏଫଏମ ରୋଡରେ ଶ୍ରୀଶ୍ରୀ ସିଦ୍ଧି ବିନାୟକଙ୍କ ପ୍ରତିମା ପୂଜା ସମୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ.. ମହାଆଡମ୍ବରରେ ଗଜାନନଙ୍କ ଆବାହନ

ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ଆଗାମୀ ଗୁରୁବାର ମଧ୍ୟରେ ଭସାଣି କାର୍ଯ୍ୟକ୍ରମ ସମ୍ପନ୍ନ କରିବାକୁ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.