ମହାଆଡମ୍ବରରେ ଗଜାନନଙ୍କ ଆବାହନ

By ETV Bharat Odisha Team

Published : Sep 19, 2023, 10:57 PM IST

thumbnail

ନବରଙ୍ଗପୁର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ବିଘ୍ନ ବିନାୟକ, ବିଘ୍ନରାଜ, ଗଜାନନ, ଲମ୍ବୋଦର, ଗଣପତି ବିଦ୍ୟା ବୁଦ୍ଧିଦାତା ଅଗ୍ରପୂଜ୍ୟଙ୍କ ପୂଜା  । ଧରାପୃଷ୍ଠରେ ବିରାଜିଛନ୍ତି ନାନା ରୂପ ନାନା ନାମଧାରୀ ପାର୍ବତୀ ନନ୍ଦନ । ଏନେଇ ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ  । ଆଜି(ମଙ୍ଗଳବାର) ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଛି । "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଶ୍ରୁ ସର୍ବକାର୍ଯ୍ୟକ୍ଷୁ ସର୍ବଦା... ମନ୍ନ ଧ୍ଵନିରେ ଗୁଞ୍ଜରିତ ହେଉଛି ଗାଁଠୁ ସହର । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଠାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି  ।  

ଏହାମଧ୍ୟ ପଢନ୍ତୁ: ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହର

ତାରାଗାଁ ସ୍ଥିତ ପୂଜାରୀ ସାହିର ପୂଜା ମଣ୍ଡପରେ ୮ ପୁଟ ଉଚ୍ଚତାର ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇଛି  । ପୂଜା କମିଟି ପକ୍ଷରୁ ଅପରାହ୍ନରେ ପୁରହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇ ଶ୍ରୀଗଣେଶଙ୍କ ମୃଣ୍ମୟ ମୂର୍ତ୍ତିରେ ଜୀବନ୍ୟାସ ପ୍ରଦାନ କରାଯାଇଥିଲା  । ଏହାପରେ ହୋମଯଜ୍ଞ, ଆଳତୀ, ପୁଷ୍ପାଞ୍ଜଳି ଅର୍ପଣ କରାଯିବା ପରେ ପ୍ରସାଦ ବଣ୍ଟନ କରାଯାଇଥିଲା  । ପୂଜାର୍ଚ୍ଚନା ସମୟରେ ବହୁତ ସଂଖ୍ୟାରେ ଗ୍ରାମର ମହିଳାଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ  ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.