MP Leopard Video: ଚିତାବାଘ ସହ ଖେଲିଲେ ଗ୍ରାମବାସୀ

By ETV Bharat Odisha Team

Published : Aug 31, 2023, 3:30 PM IST

thumbnail

ଭୋପାଳ: ମଧ୍ୟପ୍ରଦେଶ ଦେବାସ ଅଞ୍ଚଳର ମାତାଜୀ ଜଙ୍ଗଲରେ ଥିବା କାଲିସିନ୍ଦ ନଦୀ କୂଳରେ ଏକ ଚିତାବାଘ ଦେଖିବାକୁ ମିଳିଥିଲା। ଏନେଇ ବାଘକୁ ଦେଖିବାକୁ ଗ୍ରାମବାସୀଙ୍କର ଭିଡ ଜମିଥିଲା  । ତେବେ ବାଘଟି ଅସୁସ୍ଥ ଥିବା ବେଳେ ଚାଲିବାକୁ ମଧ୍ୟ ସକ୍ଷମ ନ ଥିଲା ।  ଗ୍ରାମବାସୀ ବାଘକୁ  ଦେଖି ପ୍ରଥମେ ଡରି ଯାଇଥିଲେ  । କିନ୍ତୁ ଯେତେବେଳେ ଚିତାବାଘ କାହାର କିଛି କ୍ଷତି ନ ଥିଲା ସେମାନେ ବାଘ ସହ ମଜା କରିବା ଆରମ୍ଭ କରିଥିଲେ। କିଛି ଲୋକ ଚିତାବାଘ ସହ ଖେଳିବା ସହ  ଫଟୋ ଓ ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ । ତେବେ ଏନେଇ ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଥିଲେ ।

ଏନେଇ ବନ ବିଭାଗ ଏସଡିଓ ସାନ୍ତୋଶ ଶୁକ୍ଲା କହିଛନ୍ତି, "ଚିତାବାଘର ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ଚିତାବାଘ ନିଶ୍ଚିତ ଭାବରେ ଅଧିକ ଖାଦ୍ୟ ଖାଇଥିବ ନଚେତ୍  ଅସୁସ୍ଥ ଥିବ ।" ତେବେ ଚିତାବାଘକୁ ପ୍ରାଣୀ ଚିକିତ୍ସା ତତ୍ତ୍ବାବଧାନରେ ରାତିସାରା ରଖାଯାଇଥିଲା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.