କେନ୍ଦ୍ରାପଡା ଲକ୍ଷ୍ମୀ ପୂଜାର ନିଆରା ପରମ୍ପରା, ଲକ୍ଷ୍ମୀପୁର ପ୍ରାପ୍ତି ପାଇଁ ପୂଜା ପାଆନ୍ତି 10 କୁମାରୀ

By ETV Bharat Odisha Team

Published : Nov 1, 2023, 2:05 PM IST

thumbnail

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା । କେନ୍ଦ୍ରାପଡା ଜିଲ୍ଲାରେ କୁମାରୀ ପୂଜାର ବିଶେଷତ୍ୱ ନିଆରା। ଏଠାରେ ଦୁର୍ଗା ପୂଜା ବଦଳରେ ଗଣପର୍ବ ଲକ୍ଷ୍ମୀପୂଜାରେ ପୂଜା ହୋଇଥାନ୍ତି 10 ଜଣ କୁମାରୀ । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ଉଦ୍ଦେଶ୍ୟରେ ଏହି ପୂଜା କରାଯାଇଥାଏ । ଏହି ପୂଜାବିଧି ମୁତାବକ ମଣ୍ଡପ ନିକଟରେ 10 ଜଣ କୁମାରୀଙ୍କୁ ବସାଯାଇଥାଏ । ତତ୍ପରେ ମାନସିକଧାରୀ ଏହି 10 ଜଣ କୁମାରୀଙ୍କୁ ନବ ବସ୍ତ୍ର, ଓଢ଼ଣୀ ଆଦି ପରିଧାନ କରାଇବା ପରେ ସେମାନଙ୍କୁ ସଜାଇଥାଆନ୍ତି । ପରେ ଏହି କୁମାରୀଙ୍କୁ ଏକ ଧାଡ଼ିରେ ବସାଯାଇ ଫୁଲ, ଧୂପ, ଦୀପ ଓ ଚନ୍ଦନ ଲଗାଇ ପୂଜା କରାଯିବା ସହ ସେମାନଙ୍କ ମନ ଲାଖି ଉପହାର ଓ ଅର୍ଥ ମଧ୍ୟ ପ୍ରଦାନ କରାଯାଇଥାଏ ।

ଏହାମଧ୍ୟ ପଢନ୍ତୁ..Laxmi puja 2023: ଧନଦାତ୍ରୀଙ୍କ ଧରାବତରଣ, ସଜେଇ ହୋଇଛି ଶିଳ୍ପ ନଗରୀ

ଲକ୍ଷ୍ମୀଙ୍କର ଆଦିଲକ୍ଷ୍ମୀ, ଧନଲକ୍ଷ୍ମୀ, ଧାନ୍ୟଲକ୍ଷ୍ମୀ, ଗଜଲକ୍ଷ୍ମୀ, ସନ୍ତାନଲକ୍ଷ୍ମୀ, ବୀରଲକ୍ଷ୍ମୀ, ବିଦ୍ୟାଲକ୍ଷ୍ମୀ ଓ ବିଜୟ ଲକ୍ଷ୍ମୀ ବେଶ ସହ ନବମ ରୂପରେ ନ'ଜଣ କୁମାରୀଙ୍କୁ ପୂଜାର ସାତଦିନ ମଧ୍ୟରେ ପୂଜା କଲେ ଲକ୍ଷ୍ମୀପୁର ପ୍ରାପ୍ତ ହେବା ସହ ଧନ ଓ ଧାନ୍ୟର କେବେ ଅଭାବ ରହେନାହିଁ ବିଶ୍ୱାସ ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.