କାର୍ତ୍ତିକ ପୂର୍ଣ୍ଣିମା: ଆଇସକ୍ରିମ କାଠିରେ ବୋଇତ କଳାକୃତି

By ETV Bharat Odisha Team

Published : Nov 26, 2023, 9:09 PM IST

thumbnail

ପୁରୀ: ଯୁବ ଶିଳ୍ପୀଙ୍କ ନିଆରା କଳାକୃତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ସାରା ଓଡ଼ିଶା ଉତ୍ସବ ମୁଖର । ପ୍ରତ୍ୟେକ ଓଡ଼ିଆ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ଅତୀତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଏହି ଅବସରରେ ପୁରୀର ଯୁବ ଚିତ୍ର ଶିଳ୍ପୀ ବିଶ୍ୱଜିତ ନାୟକ ଏକ ନିଆରା ଢଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଦେଇଛନ୍ତି ।

ବିଶ୍ୱଜିତ 375ଟି ଆଇସକ୍ରିମ କାଠିରେ ଏକ ସୁନ୍ଦର ବୋଇତ ତିଆରି କରି କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଦେଇଛନ୍ତି । କିଛି ଅଠା ଲଗାଇ 8 ଦିନ ପରଶ୍ରମରେ ଏହି ନିଆରା କଳାକୃତିକୁ ବିଶ୍ୱଜିତ୍ ତିଆରି କରିଛନ୍ତି । ପୂର୍ବରୁ ବିଶ୍ୱଜିତ ଆଇସକ୍ରିମ କାଠିରେ ଅନେକ କଳାକୃତି କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ତେବେ କାର୍ତ୍ତିକ ପୂର୍ଣିମା ଶୁଭେଚ୍ଛା ପାଇଁ ଆଇସକ୍ରିମ କାଠିର ବୋଇତ କଳାକୃତିକୁ ବେଶ୍ ପ୍ରଶଂସା କରାଯାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.