ETV Bharat / city

୭୩ତମ ଗଣତନ୍ତ୍ର ଦିବସ: ଆଇସକ୍ରିମ କାଠିରେ ପୁରୀ ଯୁବଶିଳ୍ପୀଙ୍କ ଶୁଭେଚ୍ଛା

author img

By

Published : Jan 25, 2022, 5:20 PM IST

ରାତି ପାହିଲେ ଦେଶ ପାଳିବ ୭୩ତମ ଗଣତନ୍ତ୍ର ଦିବସ । ଯୁବଶିଳ୍ପୀଙ୍କ ଆଇସକ୍ରିମ କାଠିରେ ନିଆରା ଶୁଭେଚ୍ଛା । ଅଧିକ ପଢନ୍ତୁ

ଆଇସକ୍ରିମ କାଠିରେ ୭୩ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ
ଆଇସକ୍ରିମ କାଠିରେ ୭୩ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ

ପୁରୀ: ରାତି ପାହିଲେ ଦେଶ ପାଳିବ ୭୩ତମ ଗଣତନ୍ତ୍ର ଦିବସ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହାପୂର୍ବରୁ ଆଇସକ୍ରିମ କାଠିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଶିଳ୍ପୀ ବିଶ୍ବଜିତ ନାୟକ ।

ଆଇସକ୍ରିମ କାଠିରେ ୭୩ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ


ପୁରୀ କୁମୁଟିପାଟଣାର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମା ତୃତୀୟ ବର୍ଷ ଛାତ୍ର ବିଶ୍ୱଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ୱଜିତ ଆଇସକ୍ରିମ କାଠିରେ କଳାକୃତି କରିଛନ୍ତି । ୬୭୫ଟି ଆଇସକ୍ରିମ କାଠି ବ୍ୟବହାର କରି ସେ ୨ ଫୁଟ ଉଚ୍ଚତା ଓ ୩ ଫୁଟ ଚଉଡା ବିଶିଷ୍ଟ ଏହି କଳାକୃତି ମାଧ୍ୟମରେ ଦେଶର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର, ଯୋଦ୍ଧା ଓ ରାଷ୍ଟ୍ରନିର୍ମାତାଙ୍କ ଉଦ୍ଦେଶ୍ୟରେ ଏହି କଳାକୃତି ସମର୍ପିତ କରିଥିବା କହିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.