କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

By ETV Bharat Odisha Team

Published : Jan 6, 2024, 7:40 AM IST

thumbnail

Kandhamal Mahotsav: ଫୁଲବାଣୀ: ବହୁ ଆଡମ୍ବର ସହକାରେ କନ୍ଧମାଳ ଷ୍ଟାଡିୟମରେ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ଗତକାଲି ଠାରୁ ଆରମ୍ଭ ହୋଇ ଆଗାମୀ 9 ତାରିଖ ଯାଏଁ ଅନୁଷ୍ଠିତ ହେବ । ମହୋତ୍ସବର ପ୍ରଥମ ଦିନରେ ଜିଲ୍ଲା ଓ ଜିଲ୍ଲା ବାହାର କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ତେବେ ମହୋତ୍ସବର ପ୍ରାରମ୍ଭରେ ସହରର ଅଧିଷ୍ଠାତ୍ରୀ ଦେବୀ ମା' ନାରାୟଣୀ ମନ୍ଦିରରେ ରଖାଯାଇଥବା ମଶାଲ ଜ୍ୟୋତିକୁ ନେଇ ଶୋଭାଯାତ୍ରା କରାଯାଇଥିଲା । ସହର ପରିକ୍ରମା କରାଇବା ପରେ ଏହା ମଶାଲକୁ କନ୍ଧମାଳ ଷ୍ଟାଡିୟମ ଅଣାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା କନ୍ଧମାଳ ଉତ୍ସବ । ଏହି ମେଳାରେ ୨ଶହରୁ ଊର୍ଦ୍ଧ୍ବ ଷ୍ଟଲ୍‌ ଲାଗିଛି । ବିକ୍ରିବଟା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।  ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନ ଉଦଘାଟନ କରିଥିଲେ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.