Watch: ଜନ୍ମମାଟିରେ ଶହୀଦ ଯବାନ ଈଶ୍ବର ଚନ୍ଦ୍ରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

By ETV Bharat Odisha Team

Published : Nov 21, 2023, 4:27 PM IST

thumbnail

ଭବାନୀପାଟଣା: ଜନ୍ମମାଟିରେ ଶହୀଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ତ୍ରିପୁରାର ଅଗରତାଲାଠାରେ ଶହୀଦ ହୋଇଥିବା ବୀର ଯବାନ ତଥା କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଈଶ୍ଵର ଚନ୍ଦ୍ର ଦୋରାଙ୍କୁ ତାଙ୍କ ନିଜ ଗାଁ କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡିରେ ସ୍ଥାନୀୟ ଯୁବଗୋଷ୍ଠୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶହୀଦଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଗାଁ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୋଗଦେଇ ଶହୀଦଙ୍କ ପିତା ଅବସରପ୍ରାପ୍ତ ଶିକ୍ଷକ ଧୀରେନ୍ଦ୍ର ଦୋରା ଓ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ମହମବତୀ ଶୋଭାଯାତ୍ରାରେ ସାମିଲ ହୋଇ ଶହୀଦ ଈଶ୍ଵର ଚନ୍ଦ୍ର ଦୋରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବେଲଖଣ୍ଡି ଗାଁଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଯୁବକ ଓ ସ୍ଥାନୀୟ ଅଧିବାସୀ ବାହାରି 'ଶହୀଦ ତୁଝେ ସଲାମ, ଶହୀଦ ଈଶ୍ଵର ଦୋରା ଅମର ରହେ' ନାରା ଦେବା ସହ ଗାଁର ପରିକ୍ରମା କରିଥିଲେ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.