ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

By

Published : Jul 18, 2023, 6:58 PM IST

thumbnail

ଯାଜପୁର: କୋରେଇ ଥାନା ଜହ୍ନା ଛକରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ବସଟି ଓଲଟିପଡ଼ିବାରୁ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ । ସନ୍ଧ୍ଯା ୫ଟା ସମୟରେ କଟକ ଜିଲ୍ଲାରୁ କରଞ୍ଜିଆ ଅଭିମୁଖେ ଘରୋଇ ଯାତ୍ରୀବାହୀ ବସଟି ଯାଉଥିଲା । କୋରେଇ ଥାନା ଜହ୍ନା ଗାଁ ଛକରେ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ବିଲ ଭିତରେ ପଡିଥିଲା l ଫଳରେ ବସରେ ଥିବା ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ଦୁର୍ଘଟଣାରେ ଆହତ ହେଇଥିବା ସମସ୍ତ ଆହତ ଓ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.