ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ସମ୍ବାଦିକ ସଂଘ

By ETV Bharat Odisha Team

Published : Nov 3, 2023, 10:53 PM IST

thumbnail

ଜଗତସିଂହପୁର: ଇଟିଭି ଭାରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଓଡି଼ଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କ ଦୁର୍ବ୍ୟବହାର ଘଟଣା । ତେଜୁଛି ଟୁଟୁଙ୍କ ପ୍ରତି ଅସନ୍ତୋଷ । ଏନେଇ ତାତିଛି ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ । ସଂଘ ଅଭିଯୋଗ କରିଛି ଯେ,  ରାଜ୍ୟରେ ସାମ୍ବାଦିକମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଆଜି  ଜଣେ ମହିଳା ସମ୍ବାଦିକାଙ୍କୁ ଯେଉଁଭଳି ଭାବେ ସିନେ ପ୍ରଯୋଜକ ଟୁଟୁ ନାୟକ ସର୍ଵ ସମୁଖରେ ମାଡ଼ ମାରିଲେ ତାହା କୌଣସି ସଭ୍ୟ ସମାଜରେ ଗ୍ରହଣ ଯୋଗ୍ୟ ନୁହେଁ ।  ସମ୍ବାଦିକା ଜଣଙ୍କ ଖବର ସଂଗ୍ରହ କରିବାକୁ ଅପେକ୍ଷା କରିଥିବା ସମୟରେ ସିନେ ପ୍ରଯୋଜକ ଟୁଟୁ ତାଙ୍କୁ ଚାପୁଡ଼ା ମାରିବା ଓ ସର୍ବ ସମ୍ମୁଖରେ ମହିଳା ସମ୍ବାଦିକାଙ୍କ ଦେହରେ ହାତ ଲଗାଇବା ଭଳି ଘୁନ୍ୟ କାର୍ଯ୍ୟ କରିଛନ୍ତି ସେଥିପାଇଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ।  ଯଦି ଟୁଟୁ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.