Journalist Attacked: ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ: ନରସିଂହ ମିଶ୍ର

By ETV Bharat Odisha Team

Published : Nov 3, 2023, 8:33 PM IST

Updated : Nov 3, 2023, 10:56 PM IST

thumbnail

ଭୁବନେଶ୍ବର: ନବୀନ ବାବୁ ଶୁଣନ୍ତୁ । ଆପଣଙ୍କ  ପ୍ରଶାସନ ଶୁଣୁ । ରାଜ୍ୟରେ ନାରୀ ମାନଙ୍କୁ  ଦିନ ଦ୍ବିପ୍ରହରରେ କିଭଳି ଖରାପ ବ୍ୟବହାର ହେଉଛି । ନାରୀଙ୍କ ଉପରେ ଅତ୍ୟାଚାର ହେଉଛି । ସାମ୍ବାଦିକ ଉପରେ ଆକ୍ରମଣ ହେଉଛି । ସେ ପୁଣି ମହିଳା ସାମ୍ବାଦିକା । ତା ଗାଲ ରେ ପିଠିରେ ମାଡ ମରା ଯାଉଛି । ଆପଣଙ୍କ ପୋଲିସ ନିରବଦ୍ରଷ୍ଟା ସାଜିଛି । ଆପଣ କହୁଛନ୍ତି ମା କୁ ସମ୍ମାନ ଦେଉଛୁ । ଏଭଳି କଣ ମାକୁ ସମ୍ମାନ ଦିଆଯାଏ ? 

ଆପଣଙ୍କ ନେତା ମାନେ ବନ୍ଧୁ ମାନେ ମାକୁ କେମିତି ସମ୍ମାନ ଦେଇଛନ୍ତି ଆଜି ସାରା ଓଡିଶାବାସୀ ଦେଖୁଛନ୍ତି । ପୁଣି କିଛି ଲୋକ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରି ଅସମ୍ମାନ କରି ଓଡିଶାକୁ ବଦନାମ କରୁଛନ୍ତି । ଏହା ସତ୍ବେ ଆପଣ କହୁଛନ୍ତି ମହିଳା ଶସକ୍ତିକରଣ । ମନେ ରଖନ୍ତୁ ରାମାୟଣ ମହାଭାରତରେ ଯାହା ହୋଇଥିଲା ରାବଣ ସୀତାଙ୍କୁ ହରଣ କରି ନିଜେ ବଧ  ହୋଇଥିଲା । ଦୌପଦୀଙ୍କ ବସ୍ତ୍ର ହରଣ କରି କୌରବ ମାନେ ନିପାତ ହୋଇଥିଲା । ଆପଣଙ୍କର ମଧ୍ୟ ସମୟ ବେଳ କାଳ ଆସିଗଲାଣି । ମହିଳା ସାମ୍ବାଦିକାଙ୍କୁ ମାଡ ଅସମ୍ମାନ ଘଟଣାରେ ପୋଲିସ ତୁରନ୍ତ ପଦକ୍ଷେପ ନେଉ। ଦୋଷୀ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ  । ଇଟିଭି ଭାରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଭୁବନେଶ୍ବର ଏସ କମ୍ପ୍ଲେକ୍ସରେ ଆତ୍ମଘୋଷିତ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମାଡ ଓ ଅସମ୍ମାନ  ଘଟଣାରେ ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ଅନ୍ୟପଟେ ଇଟିଭି ଭାରତ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ପ୍ରଯୋଜକ ଟୁଟୁ ନାୟକଙ୍କ ଅଶାଳୀନ ବ୍ୟବହାର ଓ ମାଡ ଘଟଣା । ଘଟଣାକୁ  ଦୃଢ ଭାବେ ନିନ୍ଦା  କଲା ଓଡିଶା କଂଗ୍ରେସ । ଏନେଇ ଦଳ ପକ୍ଷରୁ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଏକ ଦସ୍ତଖତରେ ପ୍ରେସ ରିଲିଜ ଜାରି କରାଯାଇ  ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କଂଗ୍ରେସ  ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି‘‘ ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ  ସର୍ବସମ୍ମୁଖରେ ଆକ୍ରମଣ  ସହ ଅପମାନକୁ ଓଡିଶା କଂଗ୍ରେସ ନିନ୍ଦା  କରିବା ସହିତ ଘଟଣାର ତଦନ୍ତ କରାଯାଇ ମୁଖ୍ୟ  ଆସାମୀକୁ ଗିରଫ କରାଯାଉ । ଗତ 24 ବର୍ଷର ନବୀନଙ୍କ ଶାସନ କାଳରେ ସବୁଠାରୁ ଯଦି କେଉଁ ଶ୍ରେଣୀ ଅତ୍ୟଧିକ ଅତ୍ୟାଚାରିତ ହୋଇଛି ସେମାନେ ହେଲେ କର୍ତ୍ତବ୍ୟରତ ସାମ୍ବାଦିକ ବୋଲି ଦଳ ପକ୍ଷରୁ କୁହାଯାଇଛି ।’’

ଅଧିକ ପଢନ୍ତୁ- କାଷ୍ଟିଂ କାଉଚ୍‌ ପରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ, ଟୁଟୁ ନାୟକଙ୍କ ମହିଳା ବିରୋଧୀ ମାନସିକତାକୁ ନିନ୍ଦା

ଅଧିକ ପଢନ୍ତୁ- Etv Bharat କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ମାଡ ମାରିଲେ ଟୁଟୁ ନାୟକ 

Last Updated : Nov 3, 2023, 10:56 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.