Watch: ଭାରତ-ପାକ୍ ସୀମାରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ, ଆଚମ୍ବିତ କଲା ସେନାର ଶୌର୍ଯ୍ୟ ପ୍ରଦର୍ଶନ

By ETV Bharat Odisha Team

Published : Aug 31, 2023, 11:17 AM IST

thumbnail

ଜୟପୁର(ରାଜସ୍ଥାନ): ଭାରତ-ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନର ଜୈସାଲମେର ଜିଲ୍ଲାରେ ଭାରତୀୟ ସେନା ଯୁଦ୍ଧାଭ୍ୟାସ କରିଛି । ବୁଧବାର ଦିନ ଜୈସାଲମେର ସ୍ଥିତ ପୋଖରନ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହି ଯୁଦ୍ଧାଭ୍ୟାସ କରାଯାଇଛି । ଯାହାର ନାମ ରଖାଯାଇଛି 'ଡେଜର୍ଟ ଷ୍ଟାଇକ' । ଏହି ଯୁଦ୍ଧାଭ୍ୟାସରେ ମୁଖ୍ୟ ଅତିଥି ରୂପେ ବ୍ରାଜିଲ ସେନାର ଜେନେରାଲ କମାଣ୍ଡର ଟୋମାସ ମିଗୁଏଲ ମାଇନ ରିବେରିଓ ପଇବା ଉପସ୍ଥିତ ରହିଥିଲେ । ପୋଖରନ ଠାରେ ଭାରତୀୟ ସେନା ଅତ୍ୟାଧୁନିକ ଟ୍ୟାଙ୍କ, ଗୋଳାବାରୁଦ, ଲଢୁଆ ହେଲିକପ୍ଟର ଓ ଆଟାକିଂ ମିସାଇଲ ସହ ନିଜର ଶକ୍ତି, ପରାକ୍ରମ ଓ ଶୌର୍ଯ୍ୟ ପ୍ରଦର୍ଶନ କରିଛି । ଏହାସହିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବନ୍ଧୁକ ଓ ତୋପଗୁଡିକର ମଧ୍ୟ ପ୍ରଦର୍ଶନ କରାଯାଇଛି । ସେନାର ପରାକ୍ରମ ମୁଖ୍ୟ ଅତିଥି ସମେତ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଆଚମ୍ବିତ କରିଥିଲା । ଦେଖନ୍ତୁ ରାଜସ୍ଥାନର ପୋଖରନ ଫାୟାରିଂ ରେଞ୍ଜରୁ ଯୁଦ୍ଧାଭ୍ୟାସ ସମୟର କିଛି ଝଲକ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.