ETV Bharat / international

ୟୁକ୍ରେନ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଆଖି ବୁଜିଲେ 6 ଯବାନ

author img

By ETV Bharat Odisha Team

Published : Aug 31, 2023, 8:35 AM IST

ୟୁକ୍ରେନ ସେନା ହେଲିକପ୍ଟର କ୍ରାସ ହେବାରୁ 6 ଯବାନଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Six Servicemen Killed In Helicopter Incident
Six Servicemen Killed In Helicopter Incident

କିଭ: ୟୁକ୍ରେନ ସେନା ହେଲିକାପ୍ଟର କ୍ରାସ । ମିଶନରେ ନିୟୋଜିତ ଥିବା 2ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୟୁକ୍ରେନ ସେନାର 6 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ୟୁକ୍ରେନ ସେନା ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ପରିଚୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କେଉଁ କାରଣରୁ ମିଶନରେ ନିୟୋଜିତ ଥିବା 2 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ତାହା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-Ukraine Plane crash: ୟୁକ୍ରେନରେ ଦୁଇ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା, 3 ପାଇଲଟ ମୃତ

ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଋଷର ବାଖମୁଟର ସେକ୍ଟରରେ ୟୁକ୍ରେନ ସେନାର ଦୁଇଟି ଏମଆଇ 8 ହେଲିକପ୍ଟର ମିଶନରେ ନିୟୋଜିତ ଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ସେନାର 6 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଋଷର କ୍ରାମାଟସ୍କ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯାହା ଡୋନେଟସ୍କ ଅଞ୍ଚଳର ବାଖମୁଟର ପଶ୍ଚିମରେ ଥିବା ଏକ ବଡ ସହର । ଦୁର୍ଘଟଣାପରେ 2ଟି ହେଲିକପ୍ଟର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରୁ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Sudan Plane Crash: ପୋର୍ଟ ସୁଦାନ ବିମାନ ବନ୍ଦରରେ ବିମାନ କ୍ରାସ, 4 ଯବାନ ସମେତ 9 ମୃତ

ନିକଟରେ ୟୁକ୍ରେନର ଦୁଇ ଯୁଦ୍ଧ ବିମାନ ମୁହାଁମୁହଁ ଧକ୍କା ହେବାରୁ 3 ପାଇଲଟଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ୟୁକ୍ରେନ ବାୟୁସେନା ପକ୍ଷରୁ ଏକ ବିବୃତ୍ତି ଜାରି ସୂଚନା ଦିଆଯାଇଥିଲା । କିଭ ଠାରୁ 140 କିଲୋମିଟର ଦୂରରେ ଥିବା ଜାଇଟୋମିର ସହର ନିକଟରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୋମ୍ବାଟ ମିଶନ ସମୟରେ ଦୁଇଟି L-39 ଯୁଦ୍ଧ ପ୍ରଶିକ୍ଷଣ ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା । ତିନି ମୃତ ପାଇଲଟଙ୍କ ପରିବାରକୁ ବାୟୁସେନା ପକ୍ଷରୁ ସମେବେଦନା ଜଣାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Yevgeny Prigozhin: ବିମାନ ଦୁର୍ଘଟଣାରେ ୱାଗନର ମୁଖ୍ୟଙ୍କ ମୃତ୍ୟୁ, ପୁଟିନଙ୍କ ବିରୋଧରେ କରିଥିଲେ ବିଦ୍ରୋହ

ଜୁଲାଇ 24 ତାରିଖରେ ସୁଦାନରେ ବିମାନ ଦୁର୍ଘଟଣା ହୋଇିଲା । ଉଡାଣ ଭରିବା ବେଳେ ବିମାନ ବନ୍ଦରରେ ବିମାନ କ୍ରାସ ହେବାରୁ 4 ଯବାନଙ୍କ ସମେତ 9 ଜଣଙ୍କ ମୃତ୍ୟୁ ହୋଇଥିଲା । ଆଣ୍ଟୋନୋଭ ବିମାନ ଉଡାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଦୁର୍ଘଟଣା ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.