ETV Bharat / international

Yevgeny Prigozhin: ବିମାନ ଦୁର୍ଘଟଣାରେ ୱାଗନର ମୁଖ୍ୟଙ୍କ ମୃତ୍ୟୁ, ପୁଟିନଙ୍କ ବିରୋଧରେ କରିଥିଲେ ବିଦ୍ରୋହ

author img

By ETV Bharat Odisha Team

Published : Aug 24, 2023, 7:26 AM IST

ବିମାନ ଦୁର୍ଘଟଣାରେ ୱାଗନର ମୁଖ୍ୟଙ୍କ ମୃତ୍ୟୁ
ବିମାନ ଦୁର୍ଘଟଣାରେ ୱାଗନର ମୁଖ୍ୟଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ଋଷିଆର ଘରୋଇ ସେନା ୱାଗନର ମୁଖ୍ୟ ୟେଭେଗିନି ପ୍ରିଗୋଝିନଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମସ୍କୋ: ଦୁଇ ମାସ ତଳେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ଘରୋଇ ସେନା ୱାଗନର ମୁଖ୍ୟ ୟେଭେଗିନି ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ବୁଧବାର ସନ୍ଧ୍ୟାରେ ମସ୍କୋର ଉତ୍ତର ଅଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଛି । ପ୍ରିଗୋଝିନଙ୍କ ସମେତ ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏନେଇ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସରେ ଖବର ପ୍ରକାଶ ପାଇଛି ।

ତେବେ ୱାଗନର ସେନାର ବସ୍‌ ପ୍ରିଗୋଝିନଙ୍କ ମୃତ୍ୟୁ ନେଇ କ୍ରେମଲିନ କିମ୍ବା ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏଯାଏଁ ଆନୁଷ୍ଠାନିକ ଭାବେ କୌଣସି ଟିପ୍ପଣୀ ଦିଆଯାଇ ନାହିଁ । ୱାନଗର ସହ ଜଡିତ ଏକ ଟେଲିଗ୍ରାମ ଚ୍ୟାନେଲ ଗ୍ରେ ଜୋନ ତାଙ୍କୁ ମୃତ ଘୋଷିତ କରିଛନ୍ତି ଏବଂ ଜଣେ ହିରୋ ତଥା ଦେଶଭକ୍ତ ଭାବେ ସମ୍ମାନିତ କରିଛନ୍ତି । ଋଷିଆ ବେସାମରିକ ବିମାନ ଚଳାଚଳ ଏଜେନ୍ସି କହିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀ ତାଲିକାରେ ପ୍ରିଗୋଝିନଙ୍କ ନାଁ ରହିଛି । ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଯାଉଥିଲା । ଟିଭର ଅଞ୍ଚଳରେ ବିମାନ କ୍ରାସ୍ ହୋଇଯାଇଥିଲା । ଏଥିରେ ୧୦ ଜଣ ଯାତ୍ରୀ ଥିବାବେଳେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ: ବେଲାରୁଷର ମଧ୍ୟସ୍ଥି ପରେ ଋଷରେ ଥମିଲା ବିଦ୍ରୋହ; ପଛକୁ ହଟିଲେ ବିଦ୍ରୋହୀ

ଏହାମଧ୍ୟ ପଢନ୍ତୁ : ବିଦେଶରେ ଜଳଖିଆ ଖାଇ ଚମ୍ପଟ ଇଟାଲୀ ନାଗରିକ, ବିଲ୍‌ ଭରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏଠାରେ ଉଲ୍ଲେଖଯୋଗ୍ୟ, ୱାଗନର ଋଷିଆର ଘରୋଇ ସେନା । ହେଲେ ଗତ ଜୁନ ମାସରେ ପୁଟିନ ସରକାରଙ୍କ ବିରୋଧରେ ୱାଗନର ବିଦ୍ରୋହ କରିଥିଲା । ସେତେବେଳେ ଏହି ସେନାର ମୁଖ୍ୟ ୟେଭେଗିନି ପ୍ରିଗୋଝିନଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ବିଦ୍ରୋହୀ ସେନା ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇଥିଲେ । ଏହାକୁ ନେଇ ଋଷିଆ ସରକାରଙ୍କ ପ୍ରତି ସଙ୍କଟ ଘନାଉଥିବା ବେଳେ ବେଲାରୁଷ ରାଷ୍ଟ୍ରପତି ଏଥିରେ ମଧ୍ୟସ୍ଥତା କରି ବିଦ୍ରୋହର ସମାଧାନ କରିଥିଲେ । ଏହି ବୁଝାମଣା ପରେ ପ୍ରିଗୋଝିନ ବେଲାରୁଷ ପଳାଇଥିଲେ । ସେପଟେ ପୁଟିନ ମଧ୍ୟ ବିଦ୍ରୋହୀ ସୈନ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ଘୋଷଣା କରିଥିଲେ । ଦୁଇ ମାସ ପରେ ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.