ବିଶ୍ବକପ 2023 ଫାଇନାଲ: IAFର ଏୟାର ଶୋ', ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଅହମ୍ମଦାବାଦ ଆକାଶ

By ETV Bharat Odisha Team

Published : Nov 19, 2023, 2:24 PM IST

thumbnail

ଅହମ୍ମଦାବାଦ: ସିଧା ଉଡିଲା ପୁଣି ଚକ୍ରି କାଟିଲା । କେତେବେଳେ ଡାହାଣକୁ ତ କେତେବେଳ ବାମକୁ ଉଡିଲା । ଆଇସିସି ପୁରୁଷ ବିଶ୍ବକପ ଟସ୍ ପରେ ଅହମ୍ମଦାବାଦ ଆକାଶରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ' ହୋଇଛି । ଭାରତ ଅଷ୍ଟ୍ରେଲିଆ ବିଶ୍ବକପ 2023 ଫାଇନାଲ ମ୍ୟାଚରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ଟସ୍ ପଡିବା ପରେ ସବୁଠୁ ବଡ ଷ୍ଟାଡିୟମରେ ଆରମ୍ଭ ହୋଇଛି ସବୁଠୁ ବଡ ମୁକାବିଲା । ବିଶ୍ବକପ 2023ରେ ଫାଇନାଲ ଫାଇଟର ଆରମ୍ଭ ପରେ ବାୟୁସେନା ପକ୍ଷରୁ ଏୟାର ଶୋ ହୋଇଛି । ନୀଳ ଆକାଶରେ ଛାଇ ଯାଇଥିଲା ବାଯୁସେନା ବିମାନ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଥିଲା ନୀଳ ଆକାଶ । 45 ଦିନ 47ଟି ମ୍ଯାଚ ପରେ ସେହି ଐତିହାସିକ ମୁହୂର୍ତ୍ତ ଆସି ଯାଇଛି । ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । 20 ବର୍ଷ ପରେ ବିଶ୍ବକପ ଫାଇନାଲ ଖେଳିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଅଷ୍ଚ୍ରେଲିଆ । ବ୍ଯାଟିଂ କରୁଛି ଭାରତ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.