ପୁଣି ଆର ବର୍ଷକୁ ଅପେକ୍ଷା, ବ୍ୟାସନଗରରେ ବିଦାୟ ନେଲେ ମା' ଶ୍ୟାମାକାଳୀ

By ETV Bharat Odisha Team

Published : Nov 23, 2023, 8:49 AM IST

thumbnail

ଯାଜପୁର: ଶେଷ ହୋଇଛି ଯାଜପୁର ଜିଲ୍ଲା ପ୍ରସିଦ୍ଧ ମା' ଶ୍ୟାମାକାଳୀଙ୍କ ପୂଜା । ଚଳିତ ବର୍ଷ ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ବ୍ୟାସନଗର ସହରରେ 70ଟି ପୂଜା ମଣ୍ଡପରେ ପୂଜା ପାଇଥିଲେ ମା' ଶ୍ୟାମାକାଳୀ l ତେବେ ଗତ 19 ତାରିଖ ଓ 20 ତାରିଖରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକ୍ରମେ ଯାଜପୁର ଟାଉନର 55ଟି କାଳୀ ମେଢ଼ ଭଷାଣି ହୋଇଥିବା ବେଳେ ଗତକାଲି ବ୍ୟାସନଗର ପୌର ପରିଷଦର ମା' ଶ୍ୟାମାକାଳୀଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ସହରର କୋପଣ୍ଡ, ଦଳା, ଝାଟିଆସାହି, ଷ୍ଟିଲ୍‌ ସିଟି, ରେଲ୍‌ୱେ ଷ୍ଟେସନ, ବସଷ୍ଟାଣ୍ଡ, ରାଧାନାଥ ମାର୍ଗ, ବ୍ୟାଙ୍କ୍‌ ଷ୍ଟ୍ରିଟ୍‌, ନହକା, ରୟାଲ କଳିଙ୍ଗ ରୋଡ, ଆରିୟାନ କ୍ଳବ, ଚୋରଦା, କହ୍ନେଇପୁର, ଚାନ୍ଦମା ଓ ଧବଳଗିରି ଆଦି ଅଞ୍ଚଳରେ ମା ଶ୍ୟାମାକାଳୀଙ୍କ ପୂଜା ହୋଇଥିଲା । ଏହି ଭଷାଣି ଉତ୍ସବରେ ପ୍ରତ୍ୟେକ ପୂଜା କମିଟି ନିଆରା ଢଙ୍ଗରେ ଭଷାଣି ଉତ୍ସବ କରିଥିଲେ l ବିଶେଷ ଭାବରେ ଓଡ଼ିଶା, ହରିୟାଣାର ଅଘୋରୀ ନୃତ୍ୟ, ରାଜସ୍ଥାନ ଓ କେରଳର ଡ୍ୟାନ୍ସ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସହରରେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା l ସେପଟେ ମା'ଙ୍କ ଭଷାଣି ସମୟରେ ଭଜନ, କୀର୍ତ୍ତନ ନେଇ ସମଗ୍ର ଅଞ୍ଚଳରେ ଆଧାତ୍ମିକ ପରିବେଶ ସୃଷ୍ଟି ହେଇଥିଲା l ସେପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.