ଅଟୋ ସିଟ୍‌ ତଳେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ଟିମ୍‌

By ETV Bharat Odisha Team

Published : Sep 13, 2023, 2:12 PM IST

thumbnail

ମାଲକାନଗିରି: ଜିଲ୍ଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ । ଭିନ୍ନ ଭିନ୍ନ ତରିକାରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ । ଅଟୋ ସିଟ ଭିତରେ ଭର୍ତ୍ତି କରି ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ କରିଛି ଅବକାରୀ ଟିମ । ୭୦ କିଲୋର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ମାଥିଲି ଅଞ୍ଚଳର ରାମଦାସ ଭୂମିୟା ବୋଲି ଜଣାପଡିଛି । ତେବେ ମାଲକାନଗିରିର ବାଲିମେଳା ଅଞ୍ଚଳରେ ଗତକାଲି ଅବକାରୀ ମୋବାଇଲ ଟିମ ସକାଳ ୮ଟା ସମୟରେ ପଇଁତରା ମାରୁଥିଲେ । ସେହି ସମୟରେ ଏକ ଅଟୋ ଦ୍ରୁତ ଗତିରେ ନାକାମାମୁଡି ଆଡୁ ବାଲିମେଳା ଛକ ଆଡକୁ ଆସୁଥିବା ଦେଖି ସନ୍ଦେହ ହେବାରୁ ଅବକାରୀ ମୋବାଇଲ ଟିମ ଅଟୋକୁ ଅଟକାଇଥିଲେ । କିନ୍ତୁ ଅଟୋକୁ ରଖି ଚାଳକ ଧାଇଁ ପଳାଉଥିବା ସମୟରେ ଅବକାରୀ ବିଭାଗ କର୍ମଚାରୀ ମାନେ ଚାଳକକୁ କାବୁ କରିଥିଲେ । ତେବେ ଅଭିଯୁକ୍ତ ଜଣକ ଅଟୋର ସିଟ୍ ଭିତରେ ୧୦ ପ୍ୟାକେଟ ଗଞ୍ଜେଇକୁ ଭର୍ତ୍ତି କରି ନେଉଥିବା ନେଇ ଜଣାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା । ତେବେ ଏହି ଚଢ଼ାଉ ସମୟରେ ଅବକାରୀ ଏଏସ ଆଇ ଅଶେଷ କୁମାର ନାୟକ, ଜ୍ଞାନରଞ୍ଜନ ସାହୁ, ଅକ୍ଷୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।  ତେବେ ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.