GST Raid: ଠକେଇ ଅଭିଯୋଗରେ ବ୍ୟବସାୟୀଙ୍କ ଘରେ ଚଢାଉ

By ETV Bharat Odisha Team

Published : Oct 9, 2023, 10:36 PM IST

thumbnail

ବରଗଡ଼: ଆଜି ବରଗଡରେ ପୁଣି ଚଢାଉ କଲା GST ବିଭାଗ ।  ଛଡ, ସିମେଣ୍ଟ ପରି ଗୃହ ନିର୍ମାଣ ଉପକରଣ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଘର, ଦୋକାନ ଓ ଗୋଦାମରେ GST ବିଭାଗ ଚଢାଉ କରିଛି । ବରଗଡ ଜିଲ୍ଲାରେ କିଛି ଦିନ ହେଲା ଲଗାତାର ଚାଲିଛି GST ବିଭାଗର ଚଢାଉ । ସାଧାରଣ ନିର୍ବାଚନ ପୂର୍ବରୁ GST ବିଭାଗର ଏପରି ଲଗାତାର ଚଢାଉ ଉପରେ ଲୋକେ କିଛି ବୁଝି ପାରୁନଥିବା ବେଳେ ଗୋଟେ ପରେ ଗୋଟେ କରି ବ୍ୟବସାୟିକ ଅନୁଷ୍ଠାନ ଉପରେ ଏପରି GST ବିଭାଗର ଚଢାଉ ଜାରି ରହିଛି । ବରଗଡ଼ ପାଣିଛତ୍ର ଓଭର ବ୍ରିଜ ରାସ୍ତାରେ ଥିବା ବାଲାଜୀ ସପ୍ଲାୟରରେ ଜିଏସଟି ବିଭାଗର ଚଢ଼ାଉ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ଜିଏସଟି ବିଭାଗ ପକ୍ଷରୁ ବାଲାଜୀ ସପ୍ଲାୟରର 3ଟି ସ୍ଥାନରେ ଘର, ଗୋଦାମ ଓ ଦୋକାନରେ ଚାଲିଛି ଲାଗି ରହିଥିଲା  । ତେବେ ଦୀର୍ଘ ଘଣ୍ଟାର ତଦନ୍ତ ପରେ ମଧ୍ୟ GST ବିଭାଗର କୌଣସି ତଥ୍ୟ ସାମ୍ନାକୁ ଆସି ନ ଥିବା ବେଳେ ଚଢ଼ାଉ ଶେଷ ପରେ ଯାଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଡେପୁଟି କମିଶନର ସୂଚନା ଦେଇଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.