ଦୁର୍ବୃତ୍ତଙ୍କ ଛୁରାମାଡରେ ଗ୍ରାମ ରୋଜଗାର ସେବକଙ୍କ ମୃତ୍ୟୁ

By ETV Bharat Odisha Team

Published : Dec 23, 2023, 9:36 AM IST

thumbnail

GRS stabbed to death: ବ୍ରହ୍ମପୁର: ଦୁର୍ବୃତ୍ତଙ୍କ ଛୁରାମାଡରେ ଗ୍ରାମ ରୋଜଗାର ସେବକଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଏ କରଡାବାଡି ଓ ଶଙ୍କୁରୁ ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁକାନ୍ତ କୁମାର ପାଣିଗ୍ରାହୀ ଦୁର୍ବୃତ୍ତଙ୍କ ଛୁରାରେ ଆକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତକାଲି ସେ ନିଜ ଗ୍ରାମ କଳମ୍ବରୁ ମୋଟର ସାଇକେଲ ଯୋଗେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ଆସୁଥିଲେ । ସେହି ସମୟରେ ସ୍ଥାନୀୟ ଅନ୍ତରପଡା ଗ୍ରାମ ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଛୁରା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବୁଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ବୁଗୁଡାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ପୋଲସରା ନିକଟରେ ଅବସ୍ଥା ଗୁରୁତ୍ତର ହେବାରୁ ସୁକାନ୍ତକୁ ପୋଲସରା ମେଡ଼ିକାଲରେ ଚିକିତ୍ସା ପାଇଁ ପୁଣି ଭର୍ତ୍ତି କରାଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା ପ୍ରମୁଖ ପୋଲସରା ମେଡ଼ିକାଲକୁ ଆସି ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେଇଥିଲେ । ବୁଗୁଡା ପୋଲିସ  ମୃତଦେହ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.