ନାମାଙ୍କନ ଭରିବାର ଶେଷ ଦିନ, ଯାଜପୁରରେ ପ୍ରାର୍ଥୀପତ୍ର ଦାଖଲ କଲେ 20ରୁ ଊର୍ଦ୍ଧ୍ବ ପ୍ରାର୍ଥୀ - NOMINATION PROCESS IN JAJPUR

By ETV Bharat Odisha Team

Published : May 14, 2024, 8:43 PM IST

thumbnail
ନାମାଙ୍କନ ଭରିବାର ଶେଷ ଦିନ, ଯାଜପୁରରେ ପ୍ରାର୍ଥୀପତ୍ର ଦାଖଲ କଲେ 20ରୁ ଉର୍ଦ୍ଧ୍ବ ପ୍ରାର୍ଥୀ (ETV Bharat Odisha)

File Nomination In Jajpur: ଯାଜପୁର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଆଜି ଅନ୍ତିମ ଦିନ । ଯାଜପୁରର ଗୋଟିଏ ଲୋକସଭା ଓ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାକିଥିବା ଯାଜପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସୁଜାତା ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପିରୁ 2ଜଣ ବିଧାୟିକା ପ୍ରାର୍ଥିନୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଧର୍ମଶାଳାରୁ ସ୍ମୃତିରେଖା ପହି ଏବଂ ବିଞ୍ଝାରପୁରରୁ ବବିତା ମଲ୍ଲିକ ବିଜେପିରୁ ପ୍ରାର୍ଥିପାତ୍ର ଦାଖଲ କରିଛନ୍ତି । ଆଜି ବହୁଜନ ସମାଜବାଦୀ ପାର୍ଟିରୁ 4ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନେକ ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...‘ମା’ ଗଙ୍ଗା ମୋତେ କୋଳେଇ ନେଇଛି’: ବାରାଣସୀରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ 

ସେହିପରି କୋରେଇ ଆସନ ପାଇଁ ଆମ ଆଦମୀ ପାର୍ଟିରୁ ତ୍ରିନୟନ ରଥ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀମାନେ ନିଜ କର୍ମୀ ଓ ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଜ ରିଟର୍ଣ୍ଣିଂ ଅଫିସରଙ୍କ ସମ୍ମୁଖରେ ପହଞ୍ଚିବା ପରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜୟର ଆଶା ଓ ବିଭିନ୍ନ ଦଳୀୟ ମୁଦ୍ଦାକୁ ପ୍ରସଙ୍ଗ କରି ଦଳୀୟ ପ୍ରାର୍ଥୀମାନେ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେପଟେ ଆସନ୍ତାକାଲିଠାରୁ ପାର୍ଥୀପତ୍ର ଯାଞ୍ଚ ପକ୍ରିୟା ଆରମ୍ଭ ହେବ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.