ଆକାଶରୁ ଖସିଲା ମୃତ୍ୟୁ ! ବାରଣ୍ଡାରେ ବସିଥିଲେ ମାରିଲା ବିଜୁଳି, ବଡ ଭଉଣୀ ମୃତ

By

Published : Jul 15, 2023, 8:25 AM IST

thumbnail

ଢେଙ୍କାନାଳ: ପ୍ରାଣ ନେଲା ବଜ୍ରାଘାତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କରଗାଳା ପଞ୍ଚାୟତ ଶାନ୍ତିନଗର ସାହିରେ ବଜ୍ରାଘାତରେ ବଡ ଭଉଣୀର ମୃତ୍ୟୁ । ସାନ ଭଉଣୀ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ, ଗତକାଲି( ଶୁକ୍ରବାର) ଦୁଇ ଭଉଣୀ ଅପରାହ୍ଣରେ ସ୍କୁଲରୁ ଫେରିବା ପରେ ଘର ବାରଣ୍ଡାରେ ଏକାଠି ବସିଥିଲେ । ସେହି ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ନାବାଳିକା ୨ ଭଉଣୀ ଅଚେତ ହୋଇ ପଡ଼ି ଯାଇଥିଲେ । ଏନେଇ ଘଟଣାସ୍ଥଳରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ବଡ଼ ଭଉଣୀକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ସାନ ଭଉଣୀ ଏବେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏହି ଘଟଣା ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.