Ganjam Road Mishap: ବସର ନଥିଲା ଫିଟନେସ କି ଇନସୁରାନ୍ସ, ଆହତଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ବ୍ରହ୍ମପୁର ସାଂସଦ

By

Published : Jun 26, 2023, 4:03 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ କି ଅନସୁରାନ୍ସ ନଥିବା ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ ସୂଚନା ଦେଇଛନ୍ତି ।  ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଦୁର୍ଘଟଣା ପରେ ଘରୋଇ ବସ୍ ମାଲିକ ଫେରାର ହୋଇଯାଇଥିବା ମାନସ ସାହୁ କହିଛନ୍ତି । 

ଦିଗପହଣ୍ଡିରେ ଓଆରସିଟିସି ବସ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 11 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକ ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ଗୋଟିଏ ପରିବାରର ଜଣାପଡ଼ିଛି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭାର୍ତ୍ତି କରାଯାଇଛି । ଏହି ପରିପ୍ରେକ୍ଷୀରେ ନେତାମନ୍ତ୍ରୀମାନେ ଏମକେସିଜି ମେଡ଼ିକାଲରେ ଆହତଙ୍କୁ ଭେଟିଛନ୍ତି । 

ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଆହାତଙ୍କ ଅବସ୍ଥା ପଚାରି ବୁଝିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ଆଲୋଚନା କରିଛନ୍ତି । ଆହତଙ୍କ ଚିକିତ୍ସା ପ୍ରତି ପ୍ରାଥମିକତା ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.