Watch: ଆମଲେଟ ଖାଇବାକୁ ନେଇ ରାସ୍ତାରେ କାଉଡିଆଙ୍କ ମଧ୍ୟରେ ମାରପିଟ୍‌

By ETV Bharat Odisha Team

Published : Oct 30, 2023, 10:04 PM IST

thumbnail

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଅଲିଗଡରେ ଆମଲେଟ ଖାଇବାକୁ ନେଇ ରାସ୍ତାରେ ପରସ୍ପରକୁ ଆକ୍ରମଣ କରିଛନ୍ତି କିଛି କାଉଡିଆ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଅଲିଗଡ ରେଲଓ୍ବେ ପୋଲିସ ଷ୍ଟେସନ ନିକଟରେ ଗତକାଲି (ରବିବାର) ସଂଧ୍ୟାରେ ଘଟିଥିବା କୁହାଯାଉଛି । 5 ଜଣ କାଉଡିଆ ଜଳଲାଗି ପାଇଁ ହରିଦ୍ବାରରୁ ବଟେଶ୍ବର ଯାଉଥିଲେ । ଏହି ସମୟରେ ସେମାନେ ଜଳଖିଆ ଖାଇବା ପାଇଁ ଏହି ସ୍ଥାନରେ କିଛି ସମୟ ଅଟକିଥିଲେ । ମାତ୍ର ଆମଲେଟ ଖାଇବାକୁ ନେଇ ପରସ୍ପର ମଧ୍ୟରେ ବଚସା ହେବା ପରେ ଦୁଇ କାଉଡିଆ ପରସ୍ପରକୁ ଆକ୍ରମଣ କରିଥିଲେ । ନିକଟରେ ଥିବା ଲୋକେ ସେମାନଙ୍କୁ ରୋକିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଭିଡିଓର ସତ୍ୟତା ସମ୍ପର୍କରେ ଇଟିଭି ଭାରତ ନିଶ୍ଚିତ କରୁନାହିଁ । କେବଳ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓ ଆଧାରରେ ଏହି ଖବର ପ୍ରକାଶିତ କରାଯାଇଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.