Hockey World Cup 2023: କ୍ଲାସିଫିକେସନ ମ୍ୟାଚ ଖେଳିବ ଭାରତ, ଚିୟରଅପ ପାଇଁ ଷ୍ଟାଡିୟମରେ ଖଚାଖଚା ଭିଡ

By

Published : Jan 26, 2023, 6:44 PM IST

Updated : Feb 3, 2023, 8:39 PM IST

thumbnail

ରାଉରକେଲା: ରାଉରକେଲାରେ ଭାରତୀୟ ହକି ଦଳକୁ ସମର୍ଥନ କରିବା ପାଇଁ ଲୋକଙ୍କ ଭିଡ଼ । ପୋଜିସନିଂ ମ୍ୟାଚ ପାଇଁ ଲଢ଼ିବ ଭାରତ ହକି ଦଳ । ଭାରତୀୟ ହକି ଦଳକୁ ସମର୍ଥନ କରିବା ପାଇଁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଶଂସକଙ୍କ ଖଚାଖଚ ଭିଡ ଲାଗି ରହିଛି । ଭାରତୀୟ ହକି ଦଳର ବିଶ୍ବକପ ଜିତିବା ସ୍ବପ୍ନ ଚୂରମାର ହେବା ପରେ ପ୍ରଶଂସକଙ୍କୁ ଏହାର ବ୍ୟଥୀତ କରିଥିଲା । କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଟିମ ଇଣ୍ଡିଆର ବିଶ୍ବକପ ଅଭିଯାନ ଶେଷ ହୋଇଛି । ଆଜି (ଗୁରୁବାର) କ୍ଲାସିଫିକେସନ ମ୍ୟାଚ ଖେଳିବ ଭାରତ  । ଏହି ମ୍ୟାଚରେ ଭାରତ ଜାପାନକୁ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭେଟିବ ।  

ଟିମ ଇଣ୍ଡିଆର ୪୮ ବର୍ଷର ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । କ୍ରସ ଓଭର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଟିମ ଇଣ୍ଡିଆର ହକି ବିଶ୍ବକପ ୨୦୨୩ ଅଭିଯାନ ଶେଷ ହୋଇଛି । ତଥାପି ଭାରତୀୟ ପ୍ରଶଂସକଙ୍କ ହକି ପ୍ରତି ଥିବା କ୍ରେଜ କମିନାହିଁ । ଭାରତକୁ ସମର୍ଥନ ଜଣାଇବା ପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମରେ ଦେଖିବାକୁ ମିଳିଛି ଖଚାଖଚ ଭିଡ । ଭାରତ ବିଶ୍ବକପ ଅଭିଯାନରୁ ବାଦ ପଡିବା ପରେ ବି ଟିମ ଇଣ୍ଡିଆ ପ୍ରତି ସମର୍ଥନ ରହିବ କହିଛନ୍ତି ହକି ପ୍ରେମୀ । ସବୁ ଖେଳରେ ହାରଜିତ ଲାଗି ରହିଥାଏ  । ଭାରତ କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା  । ହେଲେ ଆଜି କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ପରାସ୍ତ କରି ଭାରତ ସମ୍ମାନ ବଜାୟ ରଖିବ ବୋଲି କହିଛନ୍ତି ପ୍ରଶଂସକ  ।  

ଏହି କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ଭେଟିବ ଭାରତ  । ଆଜିର ଏହି ମୁକାବିଲା ହାଇଭୋଲଟେଜ ହେବା ନେଇ ହକି ପ୍ରେମୀ ଆଶା ରଖିଛନ୍ତି  । ଜାପାନ ଓ ଭାରତ ମଧ୍ୟରେ ୩୨ ମ୍ୟାଚ ଖେଳାଯାଇଥିବାର ରେକର୍ଡ ରହିଛି  । ଯେଉଁଥିରେ ଭାରତର ପଲ୍ଲା ଭାରି ରହିଛି  । ୩୨ ଟି ମ୍ୟାଚରୁ ଭାରତ ୨୬ ମ୍ୟାଚରେ ବିଜୟ ହାସଲ କରିଛି  । ସେହିପରି ଜାପାନ ୩ ଟି ମ୍ୟାଚରେ ବିଜୟ ଲାଭ କରିଛି  । ଅନ୍ୟ ୩ ମ୍ୟାଚ ଡ୍ର ରହିଛି  । ତେବେ ଭାରତ ବନାମ ଜାପାନ ମଧ୍ୟରେ ଏହି ରେକର୍ଡ ଉପରେ ନଜର ପକାଇଲେ ଭାରତର ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହିବା ନେଇ ଆଶା କରାଯାଉଛି  ।  

ଇଟିିଭି ଭାରତ, ରାଉରକେଲା

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.