ଯେଉଁ ସିନେମାର ପରିଭାଷା ଥିବ ନିଶ୍ଚୟ ତାହା ପୁରସ୍କାର ହକଦାର ହେବ: ଦୀପନ୍ୱିତ

By ETV Bharat Odisha Team

Published : Aug 28, 2023, 9:11 PM IST

thumbnail

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ୬୯ତମ ଜାତୀୟ ପୁରସ୍କାର ମିଳିଛି । ମନୋନୀତ ହେବା ପରେ ଚଳଚ୍ଚିତ୍ରର ନାୟକ ଦୀପନ୍ୱିତ ଦାସ ମହାପାତ୍ର ଓ ନାୟିକା ବର୍ଷା ପଟ୍ଟନାୟକ ସିନେମାର ପ୍ରସ୍ତୁତି ଅନୁଭୂତି ପୁରସ୍କାରକୁ ନେଇ ଇଟିଭି ଭାରତ ସହିତ କଥା ହୋଇଛନ୍ତି  । ସେମାନେ ନିଜର ଅନୁଭୂତି ବଖାଣିବା ସହିତ ଅନେକ ଦିଗରେ ଆଲୋଚନା ମଧ୍ୟ କରିଛନ୍ତି ।  

ତେବେ ପ୍ରତୀକ୍ଷାର ଜାତୀୟ ପୁରସ୍କାରକୁ ନେଇ ଏବେ ଚର୍ଚ୍ଚା ସହ ସମାଲୋଚନା ହେଉଥିବା ବେଳେ ତାର ଉତ୍ତର ରଖି ନାୟିକା କହିଛନ୍ତି, " ଯେଉଁ ଲୋକମାନେ ଭାବୁଛନ୍ତି କେବଳ ପ୍ରତୀକ୍ଷା ହିଁ ଆବେଦନ କରିଥିଲା ଆଉ ପୁରସ୍କାର ପାଇଁ ମନୋନୟନ ହୋଇଛି ସେମାନେ ଟିକେ ଭଲରେ ନେସନାଲ ଫିଲ୍ମ ଆୱାର୍ଡ ସାଇଟକୁ ଯାଆନ୍ତୁ  ।  ଆଉ ଭଲ ଭାବେ ସୂଚନା ନିଅନ୍ତୁ ତାପରେ ମତ ରଖନ୍ତୁ । କାରଣ ଯାହାବି ହେଉ ଓଡ଼ିଆ ସିନେମାଟିଏ ଜାତୀୟ ପୁରସ୍କାର ପାଇଛି ଯେତେବେଳେ ଗର୍ବ କରିବ କଥା ଖୁସି ହେବ କଥା ଓଡ଼ିଆ ଭାବେ ଗୋଡ କାହିଁକି ଟାଣୁଛନ୍ତି ?"  

ଏହା ବି ପଢନ୍ତୁ- National Film Award: ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ସେହିପରି ନାୟକ ଦୀପନ୍ୱିତ କହିଛନ୍ତି, " ସିନେମାର ଅନେକ ଦିଗ ରହିଛି ।  ତେଣୁ ସବୁ ପ୍ରାନ୍ତରରୁ କିଭଳି ଭଲ ହୋଇ ପାରିବ ତାକୁ ନଜରରେ ରଖିଲେ ଓଡ଼ିଆ ଚଳଚିତ୍ର ନିଶ୍ଚୟ ଭଲ ହେବ ସିନେପ୍ରେମୀ ଦେଖିବେ । ଆଉ ମୁଁ ସେହି ସିନେମାର ଭାଗିଦାରିତା ହୋଇ ସବୁବେଳେ ରହିବାକୁ ଚାହେଁ  ।  ଖାଲି ପ୍ରତୀକ୍ଷା ନୁହେଁ ଯେଉଁ ସିନେମାରେ ସିନେମାର ପରିଭାଷା ଥିବ ନିଶ୍ଚୟ ତାହା ପୁରସ୍କାର ହକଦାର ହେବ ।" ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.