ଗଜପତିରେ ଜାରି ରହିଛି ଭୋଟିଂ, ପାରଳାଖେମୁଣ୍ଡିରେ ଭୋଟ ଦେଲେ ବିଜୟ - LOK SABHA ELECTION 2024

By ETV Bharat Odisha Team

Published : May 13, 2024, 1:26 PM IST

thumbnail
ଗଜପତିରେ ଜାରି ରହିଛି ଭୋଟିଂ, ପାରେଳାଖେମୁଣ୍ଡିରେ ଭୋଟ ଦେଲେ ବିଜୟ (Video- ETV Bharat Odisha)

ଗଜପତି: ଦେଶରେ ୪ର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଜାରି ରହିଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଗଜପତି ଜିଲାର ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରର କାଁ ଭାଁ ସମସ୍ୟାକୁ ବାଦ ଦେଲେ ଅଧିକାଂଶ କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ସମସ୍ତ ୫୭୩ଟି ମତଦାନ କେନ୍ଦ୍ରରେ ମତଦାନ ଶାନ୍ତି ଶୃଙ୍ଖଳାରେ ସହ ଆରମ୍ଭ ହୋଇଛି । ଜିଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧୦ଜଣ ପ୍ରାର୍ଥୀ ରହିଥିବା ବେଳେ ଆଜି ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପ୍ରାୟ ୨,୧୭,୫୫୫ ଜଣ ଭୋଟର । କଂଗ୍ରେସର ସ୍ଥାନୀୟ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେଥିମଧ୍ୟରୁ ୧,୧୦,୪୨୮ ଜଣ ମହିଳା, ୧,୦୭,୧୧୦ଜଣ ପୁରୁଷ ଏବଂ ୧୭ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି ।

ସେହିପରି ମୋହନା ନିର୍ବାଚନ ମଣ୍ଡଳୀର ୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନୀ ମଇଦାନରେ ରହିଛନ୍ତି । ଏହି ୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨,୪୫,୯୧୨ଜଣ ଭୋଟର । ସେଥିମଧ୍ୟରୁ ୧,୨୬,୫୬୮ଜଣ ମହିଳା, ୧,୧୯,୩୪୦ଜଣ ପୁରୁଷ ଏବଂ ୪ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ମୋଟ ୪,୬୩,୪୬୭ଜଣ ଭୋଟର । ଜିଲ୍ଲାରେ ମୋଟ ୮୯ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଯାହା ଉପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ସେହିପରି ଜିଲ୍ଲାରେ ୧୧୪ଟି ଆଦର୍ଶ ମଦତାନ କେନ୍ଦ୍ର କରାଯାଇଛି । ସଂଧ୍ୟା 6 ଟାରେ ମତଦାନ ଶେଷ ହେବ । 

ଇଟିଭି ଭାରତ, ଗଜପତି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.