ETV Bharat / state

National Film Award: ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By ETV Bharat Odisha Team

Published : Aug 24, 2023, 7:36 PM IST

Updated : Aug 24, 2023, 9:50 PM IST

ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା' କୁ ମିଳିଲା ଜାତୀୟ ପୁରସ୍କାର। ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କାର ହାତେଇ ଓଡ଼ିଶା ପାଇଁ ଗୌରବ ଆଣିଲା ଫିଲ୍ମ। ଅଧିକ ପଢନ୍ତୁ

National Film Award: ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର
National Film Award: ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର

ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କାର ହାତେଇଲା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା

ଭୁବନେଶ୍ବର: ଓଡ଼ିଶା ପାଇଁ ଗୌରବ ଆଣିଲା ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 69ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାତେଇଛି । ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ ଓଲିଉଡର ନାଁ ମଧ୍ୟ ସାମିଲ ହୋଇଛି । ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର । ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସଫଳତା ନିଶ୍ଚିତ ଭାବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗୌରବର ବିଷୟ ଅଟେ ।

  • ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। #69thNationalFilmAwards #NationalFilmAwards2023 pic.twitter.com/lps8m51FoF

    — Naveen Patnaik (@Naveen_Odisha) August 24, 2023 " class="align-text-top noRightClick twitterSection" data=" ">

ଏହି ଫିଲ୍ମର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଲ୍ମ ନିର୍ମାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ପୋଷ୍ଟ କରି ଲେଖିଛନ୍ତି, "ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ । ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ।"

ପିତା-ପୁତ୍ର ସମ୍ପର୍କର ଗତିଶୀଳ ଥିବା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର 2023 ମିଳିଛି । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ଜାତୀୟ ପୁରସ୍କାର ହାସଲ କରି ଓଡିଶା ପାଇଁ ଇତିହାସ ରଚିଛି । ଏହା ତାଙ୍କର ପ୍ରଥମ ଫିଲ୍ମ ଯାହା ଏପରି ସଫଳତା ହାସଲ କରିଛି । ଏହି ଫିଲ୍ମ ୨୦୨୨ ମସିହା ଡିସେମ୍ବର ୨ରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ଭୁବନେଶ୍ବରରେ ରହୁଥିବା ଏକ ମଧ୍ୟବିତ୍ତ ପରିବାରର ଏକ ସ୍ବପ୍ନ, ଆକାଂକ୍ଷାକୁ ନେଇ ଫିଲ୍ମର କାହାଣୀ ସୁନ୍ଦର ଭାବେ ଦର୍ଶାଯାଇଥିଲା । ଏହି ଫିଲ୍ମ ବେଶ ପ୍ରଶଂସା ସାଉଁଟିଥିଲା । ଏପରିକି ବଲିଉଡ୍‌ ଅଭିନେତା ଅନୁପମ ଖେର ଏହି ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରସ୍ତୁତ କରିବାକୁ ଆଗେଇ ଆସିଥିଲେ । ଏହାର ପ୍ରଯୋଜନା ସହ ବାପା ଭୂମିକାରେ ଅଭିନୟ କରିବେ ବୋଲି ବି ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 69th NationalFilmAwards: ଆଲିଆ-କ୍ରିତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହାର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମର କାହାଣୀ ରଚନା କରିଥିଲେ ଗୌରହରି ଦାସ । ରୋଶନ ବିଷୋୟୀ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ୍ୱିତ ଦାଶମହାପାତ୍ର ଓ ବର୍ଷା ପଟ୍ଟନାୟକ । ଚୌଧୁରୀ ଜୟପ୍ରକାଶ ଦାସ, ସିଦ୍ଧାନ୍ତ ମହାପାତ୍ର ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ଅବକାଶ ମିଶ୍ର, ସୁଶୀଲ ମିଶ୍ର, ରୋଶନ ବିଷୋୟୀ ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 24, 2023, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.