କରଞ୍ଜିଆରେ ହାତୀ ଉପଦ୍ରବ, ଘର ଭାଙ୍ଗିବା ସହିତ କାନ୍ଥ ପଡି ଜଣେ ବୃଦ୍ଧା ଗୁରୁତର

By ETV Bharat Odisha Team

Published : Sep 28, 2023, 10:30 PM IST

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ହାତୀ ଜଣକ ଘର ଭାଙ୍ଗିବା ସହିତ ଘର କାନ୍ଥ ପଡି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି ।ତେବେ ଗତ ୧୫ ଦିନ ହେବ କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଏବଂ କରଞ୍ଜିଆ ରେଞ୍ଜର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।ଏହି ଅଞ୍ଚଳରେ ୨୨ ଟିକିଆ ହାତୀ ପଲଙ୍କ ଉପଦ୍ରବରେ ୧୦ ରୁ ଅଧିକ ଘର ଭାଙ୍ଗିବା ସହିତ ଏକର ଏକର ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି । ଘର ଭାଙ୍ଗିବା ସହିତ କାନ୍ଥ ପଡି ଜଣେ ବୃଦ୍ଧା ଗୁରୁତର

ଗତକାଲି ବିଳମ୍ବିତ ରାତିରେ ବାଗଦଫା ଗ୍ରାମରେ ୪ଟି ଦନ୍ତା ହାତୀ ଗୋଠରୁ ଚାଲି ଆସି ନିକଟରେ ଥିବା ଏକ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ ଚାଉଳ ଖାଇ ଯାଇଛନ୍ତି । ହାତୀମାନେ ଘର କାନ୍ଥ ଭାଙ୍ଗିବା ଦ୍ଵାରା ଘରେ ଶୋଇଥିବା ଜଣେ ବୃଦ୍ଧାଙ୍କ ଉପରେ କାନ୍ଥଟି ପଡିଯିବା କାରଣରୁ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । 

ଏହା ମଧ୍ୟ ପଢନ୍ତୁ...ଅନୁଗୋଳରେ ହାତୀ ଆତଙ୍କ,  କାମ କରିବାକୁ ଯାଉଥିବା ବେଳେ କଚାଡି ମାରିଲା ଦନ୍ତା

ତେବେ ବର୍ତ୍ତମାନ ୨୨ ଟିକିଆ ହାତୀପଲ ଭାଗଭାଗ ହୋଇ ଯାଇଥିବା ଜଣା ପଡିଛି । ଗୋଟିଏ ଭାଗ ଦୁଧିଆଣି ରେଞ୍ଜର ନାକୁଡ଼ା ଗ୍ରାମ ଜଙ୍ଗଲରେ ଥିବାବେଳେ ଆଉ କିଛି ହାତୀ ଡୁମୁରିଆ କାଜୁ ଜଙ୍ଗଲରେ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ପଡିଛନ୍ତି ଅଞ୍ଚଳବାସୀ । ସନ୍ଧ୍ୟା ହେଲା ମାତ୍ରେ ଆତଙ୍କିତ ହୋଇ ପଡ଼ୁଛନ୍ତି ଅଞ୍ଚଳବାସୀ । ସେପଟେ ବନବିଭାଗ ପକ୍ଷରୁ ହାତୀ ଘଉଡେଇବା କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ବାରମ୍ବାର ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଯାହା ବନବିଭାଗର ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଇଟିଭି ଭାରତ,ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.