ହାତୀ ପାଳିଲା ସ୍ବାଧୀନତା ଦିବସ, ଶୁଣ୍ଢରେ ଧରି ଉଡ଼ାଇଲା ତ୍ରିରଙ୍ଗା

By

Published : Aug 15, 2023, 10:48 PM IST

thumbnail

ଚେନ୍ନାଇ: ସାରା ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଦେଶର କୋଣ ଅନୁକୋଣର ଆଜି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ବାଧୀନତାର ୭୭ ବର୍ଷ ପଦାର୍ପଣରେ ଝୁମୁଛି ସାରା ଦେଶ । ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ନିରାଡ଼ମ୍ବର ସହକାରେ ସ୍ବାଧୀନତା ଦିବସକୁ ପାଳନ କରାଯାଉଛି । ପ୍ରତ୍ୟେକ ଭାରତୀୟ ଆଜି ଭାରତ ମାଆକୁ ସମ୍ମାନ ଜଣାଇଛି । ତେବେ ଏଥିରୁ ବାଦ ପଡ଼ିନି ହାତୀ । ତ୍ରିରଙ୍ଗା ଧରି ଏହି ଐତିହାସିକ ଦିନକୁ ପାଳନ କରିଛି । ଶୁଣ୍ଢରେ ତ୍ରିରଙ୍ଗା ପତାକା ଆଉ ଶୁଣ୍ଢ ଉପରେ ଜାତୀୟ ପତାକାର ତିନୋଟି ରଙ୍ଗ ଲଗାଇଛି । ଖାଲି ସେତିକି ନୁହେଁ ନିଜ ଶୁଣ୍ଢରେ ତ୍ରିରଙ୍ଗା ଧରି ପ୍ରଭୁଙ୍କ ପୂଜାର୍ଚ୍ଚନା ମଧ୍ୟ କଲା । ତାମିଲନାଡୁ ତଞ୍ଜାବୁରରେ ଅବସ୍ଥିତ କୁମ୍ଭକୋଣମ ଆଦି କୁମ୍ଭେଶ୍ବର ମନ୍ଦିରରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.