ଆଦିଯୋଗୀଙ୍କ ତୋରଣରେ ଶୋଭା ପାଉଛନ୍ତି ମା', ଦିଆଯାଉଛି ପରିବେଶ ସୁରକ୍ଷାର ବାର୍ତ୍ତା

By ETV Bharat Odisha Team

Published : Oct 24, 2023, 6:39 PM IST

thumbnail

ଭୁବନେଶ୍ବର: ରାଜଧାନୀର ଚକେଇସିହାଣୀ ଦୁର୍ଗାପୂଜା ମଣ୍ଡପରେ କଏମ୍ବାଟୋର ଆଦିଯୋଗୀଙ୍କ ସଦୃଶ ତୋରଣରେ ଶୋଭା ପାଉଛନ୍ତି ମା' ଦଶଭୂଜା । ଏଠାରେ ସମାଜକୁ ଦିଆଯାଉଛି ପରିବେଶ ସୁରକ୍ଷାର ବାର୍ତ୍ତା ।  ଚଳିତ ବର୍ଷ ଦଶହରାରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ସାଜସଜ୍ଜା ଓ ଆକର୍ଷଣୀୟ ସୁଉଚ୍ଚ ତରଣ ଶ୍ରଦ୍ଧାଳୁଙ୍କ ମନ ମୋହୁଛି । ବିଭିନ୍ନ ପୂଜା ମଣ୍ଡପ ଭିନ୍ନ ଭିନ୍ନ ଥିମ ନେଇ ତୋରଣ ତିଆରି କରିଛନ୍ତି । କେଉଁଠି ପୁରୁଣ କୋଲକାତାର ଝଲକ ଦେଖିବାକୁ ମିଳିଥିବା ବେଳେ ଆଉ କେଉଁ ପୂଜା ମଣ୍ଡପ କୁରୁପତିଙ୍କ ହସ୍ତିନାପୁରର ଭ୍ରମ ସୃଷ୍ଟି କରୁଛି । ରଙ୍ଗବେରଙ୍ଗର ତୋରଣ ଦେଖିବାକୁ ରାଜଧାନୀରେ ଭିଡ ଜମିଛି । ସେହିପରି ଅନେକ ପୂଜା ମଣ୍ଡପର ସାଜସଜ୍ଜା ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛି । ତେବେ ଚକେଇସିହାଣୀ ଦୁର୍ଗାପୂଜା ମଣ୍ଡପ ପରିବେଶକୁ ରକ୍ଷା କରିବା ବାର୍ତ୍ତା ବାଣ୍ଟିଛି । ଜଙ୍ଗଲ କ୍ଷୟ ଯୋଗୁଁ ପଶୁପକ୍ଷୀ ଜନବସତି ମୁହାଁ ହେଉଛନ୍ତି । ତେବେ କିପରି ଗଛଲତା ନ କାଟି ଏହାକୁ ସୁରକ୍ଷା ଦିଆଯିବ ସେହି ବାର୍ତ୍ତା ବାଣ୍ଟିଛି ଏହି ପୂଜା କମିଟି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.