ରାଜଧାନୀର ଅନନ୍ୟ ଆକର୍ଷଣ, କାଉଁରିଆ କାଠି ଓ ଫଳରେ ସଜ୍ଜିତ ତୋରଣରେ ପୂଜା ପାଉଛନ୍ତି ହରଗୌରି

By ETV Bharat Odisha Team

Published : Oct 24, 2023, 5:32 PM IST

thumbnail

ଭୁବନେଶ୍ବର: ଚଳିତ ବର୍ଷ ଦଶହରାରେ ମଧ୍ୟ ବାହାର ରାଜ୍ୟକୁ ଟକ୍କର ଦେଇଛି ରାଜଧାନୀ ଭୁବନେଶ୍ବର । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ସାଜସଜ୍ଜା ଓ ଆକର୍ଷଣୀୟ ସୁଉଚ୍ଚ ତରଣ ଶ୍ରଦ୍ଧାଳୁଙ୍କ ମନ ମୋହୁଛି । ବିଭିନ୍ନ ପୂଜା ମଣ୍ଡପ ଭିନ୍ନ ଭିନ୍ନ ଥିମ ନେଇ ତୋରଣ ତିଆରି କରିଛନ୍ତି । କେଉଁଠି ପୁରୁଣ କୋଲକାତାର ଝଲକ ଦେଖିବାକୁ ମିଳିଥିବା ବେଳେ ଆଉ କେଉଁ ପୂଜା ମଣ୍ଡପ କୁରୁପତିଙ୍କ ହସ୍ତିନାପୁରର ଭ୍ରମ ସୃଷ୍ଟି କରୁଛି । ରଙ୍ଗବେରଙ୍ଗର ତୋରଣ ଦେଖିବାକୁ ରାଜଧାନୀରେ ଭିଡ ଜମିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ରାଜଧାନୀରେ ପହଞ୍ଚିଛନ୍ତି । ରାତି ହେବା ମାତ୍ରେ ରଙ୍ଗ ବେରଙ୍ଗ ଆଲୋକମାଳା ମଣ୍ଡପଗୁଡ଼ିକର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି । ରାଜଧାନୀର ଅନେକ ପୂଜା ମଣ୍ଡପ ମଧ୍ୟରେ ଅନ୍ୟତମ ୟୁନିଟ-୧ ଶ୍ରୀଶ୍ରୀ ମହାଦେବ ପୂଜା କମିଟିର ମଣ୍ଡପ । ଏଠାରେ କାଉଁରିଆ କାଠି ଓ ଫଳରେ ସଜ୍ଜିତ ହୋଇଛି ତୋରଣ । ଏହାରି ଭିତରେ ପୂଜା ପାଉଛନ୍ତି ହରଗୌରି । ପୂଜା ମଣ୍ଡପ ସ୍ଥଳରୁ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.