ETV Bharat / state

ଡଙ୍କାରୀ ପାହାଡ଼ରେ ଅତଡ଼ା ଖସିବା ଘଟଣା: ମିଳିଲା ଆଉ ଏକ ମୃତଦେହ - Jajpur Landslid Case

author img

By ETV Bharat Odisha Team

Published : May 19, 2024, 9:02 AM IST

Jajpur Landslid Case: ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସିବା ଘଟଣା । ଆଉ ଜଣେ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି । ଅଧିକ ପଢ଼ନ୍ତୁ

Jajpur landslid Case
Jajpur landslid Case (ETV Bharat Odisha)

Jajpur landslid Case (ETV Bharat Odisha)

ଯାଜପୁର: ଡଙ୍କାରୀ ପାହାଡ଼ରେ ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ ଘଟଣା । ଗତ ମେ' 16 ତାରିଖ ଦିନ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଡଙ୍କାରୀ ପାହାଡ଼ରେ ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଶନିବାର ତୃତୀୟ ଦିନରେ ଏନଡ଼ିଆରଏଫ ଟିମ୍ ଦ୍ଵାରା ଘଟଣାସ୍ଥଳରୁ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି । ଫଳରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ପାଇଛି । ଏବେ ସେଠାରେ ବ୍ଲାଷ୍ଟିଂ କରାଯାଇ ବଡ଼ ବଡ଼ ପଥର ଭଙ୍ଗାଯାଉଛି । ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଦୁର୍ଘଟଣାରେ ଜେସିବି ମେସିନ ସହିତ କିଛି ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ନେଇ ସନ୍ଦେହ କରାଯାଉଥିଲା । ଶନିବାର ଉଦ୍ଧାର କାର୍ଯ୍ୟ ସମୟରେ ଗୋଟିଏ ପୋକଲିନ ମେସିନ ସହିତ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଠାବ କରାଯାଇଛି । ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଠାବ କରାଯାଇଛି । ମୃତକ ଜଣକ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ଜଗବନ୍ଧୁ ମାଝୀ ବୋଲି ଜଣାପଡିଛି l ଘଟଣାସ୍ଥଳରେ ଜେନାପୁର ପୋଲିସ, ଧର୍ମଶାଳା ତହସିଲଦାର ଓ ଖଣି ବିଭାଗ ଅଧିକାରୀ ଉପସ୍ଥିତ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ NDRF ଟିମ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ତେବେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଥିଲେ ମଧ୍ୟ ବାହାରକୁ ଆସି ପାରିନାହିଁ l

ଏହା ମଧ୍ୟ ପଢ଼ନ୍ତୁ.. ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ମଙ୍ଗୁଳୁ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ - Mangulu Seeking Help For Treatment

ଏହି ପଥର ତଳେ ଏବେ ମଧ୍ୟ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । କେତେ ଆଉ କେତେ ଜଣ ତା' ତଳେ ରହିଛନ୍ତି ତାହା ସ୍ପଷ୍ଟ ହେଇନାହିଁ l ସେପଟେ ଆସନ୍ତାକାଲି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି l ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ବୋଲି ଜଣାପଡିଥିବା ବେଳେ ଏହି ଘଟଣାକୁ ସ୍ୱତନ୍ତ୍ର କମିଟି ଗଠନ କରି ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି l ସୂଚନା ମୁତାବକ, ଗୁରୁବାର ଦିନ ବଡି ଭୋରୁ ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ପାହାଡ଼ର ଏକ ଲିଜ କ୍ୱାରିରେ ୱାଗନ ଡ୍ରିଲ କରାଯାଉଥିବା ବେଳେ ଏକ ବଡ଼ ଧରଣର ପଥର ଅତଡା ଧସିଥିଲା । ଫଳରେ ଏଥିରେ କାର୍ଯ୍ୟରତ ଏକାଧିକ ଶ୍ରମିକଙ୍କ ସହ ତଳେ ଥିବା ମେସିନ ଉପରେ ପଥର ପଡି ଚାପି ହୋଇଯାଇଥିଲା । ପଥର ତଳେ ଜଣେ ଶ୍ରମିକଙ୍କ ମୃତଦେହ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିବା ବେଳେ ଆଉ କିଛି ଶ୍ରମିକ ପଥର ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.