ଇସ୍ପାତ ନଗରୀରେ ଜମୁଛି ଦୁର୍ଗାପୂଜା, ମନମୋହୁଛି ମା'ଙ୍କ ଭବ୍ୟ ମୂର୍ତ୍ତି

By ETV Bharat Odisha Team

Published : Oct 23, 2023, 3:12 PM IST

thumbnail

ରାଉରକେଲା: ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ଭବ୍ୟ ପୂଜାର୍ଚ୍ଚନା ଜାରି ରହିଛି । ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମହାମାୟା । ଶାରଦୀୟ ଦୁର୍ଗା ପୂଜା ନେଇ ଚଳଚଞ୍ଚଳ ପୁରପଲ୍ଲୀ । ମଣ୍ଡପରେ ମା'ଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ଧୁମଧାମରେ ମା' ଦୁର୍ଗାଙ୍କ ପୂଜା ହୋଇଛି । ଇସ୍ପାତ ସହରାଞ୍ଚଳ ସେକ୍ଟର 1 ସେକ୍ଟର 2, ସେକ୍ଟର 8, ସେକ୍ଟର 20, ସେକ୍ଟର 16 ଏବଂ ସେକ୍ଟର 7 ରେ ମହା ଆଡମ୍ବରରେ ପ୍ରତ୍ୟେକ ବର୍ଷ ପୂଜାର୍ଚ୍ଚନା କରାଯାଏ । ଏଥର ଦୁର୍ଗା ପୂଜା ଲାଗି ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଛି ବିରାଟ ପେଣ୍ଡାଲ ସହ ମା'ଙ୍କ ଭବ୍ୟ ମୂର୍ତ୍ତି । ଉମେଦ ଭବନ, ସେକ୍ଟର ଦୁଇର ଅଲବର୍ଟ ହଲ ମ୍ୟୁଜିୟମ ଏବଂ ସେକ୍ଟର 8ର ଲକ୍ଷ୍ମୀ ଭବନ ସହ ସେକ୍ଟର 16ରେ ସ୍ୱର୍ଗ ମନ୍ଦିରରେ ଧୁମଧାମରେ ପୂଜାର୍ଚ୍ଚନା ହୋଇଛି । ସମସ୍ତ ପୂଜା କମିଟି ବର୍ତ୍ତମାନ ସୁରୁଖୁରୁରେ ପୂଜା କରୁଛନ୍ତି । ଧୁମଧାମରେ ଆୟୋଜିତ ଏହି ଉତ୍ସବରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ରାଉରକେଲା ସହରର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ବଣ ହେଉଛି ଏହି ଦୁର୍ଗା ପୂଜା । ସହରର ବିଭିନ୍ନ ପୂଜା ମଣ୍ଡପରେ ରଙ୍ଗବେରଙ୍ଗର ସାଜସଜ୍ଜା ସହ ଆଲୋକମାଳାରେ ଝଲସି ଉଠିଛି ।  

ପୂଜା ସରୁଖୁରରେ ତୁଲାଇବା ନେଇ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସମ୍ପୂର୍ଣ୍ଣ ପେଣ୍ଡାଲ ଗୁଡିକରେ 24 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ମୋଟ 304 ହୋମଗାର୍ଡ ମଧ୍ୟ ଏହି ପୂଜାକୁ ଜଗିବେ । ସୁରୁଖୁରୁରେ ପୂଜା ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ  ।

ଇଟିଭି ଭାରତ, ସୁନ୍ଦରଗଡ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.