ପ୍ରତିଶ୍ରୁତି ପୂରଣ କଲେନି ସରକାର ! ଲୋୟର PMGରେ ଆସନ୍ତାକାଲିଠୁ ଧାରଣା ଦେବ ଡ୍ରାଇଭର ଏକତା ମଞ୍ଚ

By

Published : Jul 23, 2023, 9:19 PM IST

thumbnail

ଭୁବନେଶ୍ବର: ପୁଣି ସାରା ରାଜ୍ୟରେ ଅଖଚକ ବନ୍ଦ କରିବ ଡ୍ରାଇଭର ଏକତା ମହାମଞ୍ଚ । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଦେଲେ ଚେତାବନୀ । 'କଲ୍ୟାଣ ବୋର୍ଡ ଗଠନର ପ୍ରତିଶୃତି ପାଳନ୍ତୁ ସରକାର ନହେଲେ ନେବୁ ଚରମ ନିଷ୍ପତି', ବୋଲି କହିଛି ଡ୍ରାଇଭର ମହାସଂଘ । ସରକାର ବାରମ୍ବାର ପ୍ରତିଶୃତିର ତାରିଖ ବଦଳାଉଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛି ମହାସଂଘ । ସରକାର ନିଜ କଥା ରଖୁନଥିବାରୁ ଆସନ୍ତାକାଲିଠୁ ଲୋୟର ପିଏମଜିରେ ଧାରଣା ଦେବୁ ବୋଲି ସଂଘ କହିଛି । ପ୍ରତିଶୃତି ପାଳନ ନକରାଯାଏ ତେବେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବ ସଂଘ । 

ସଂଘ ଅଭିଯୋଗ କରିଛି ଯେ, ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ସରକାର ।  ହେଲେ ଏଯାଏଁ କୌଣସି ସୁଫଳ ମିଳିଲା ନାହିଁ । ବାରମ୍ବାର ଡ୍ରାଇଭର କଲ୍ୟାଣ ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଞ୍ଚୁଛି କିନ୍ତୁ ବୋର୍ଡ ଗଠନ ହେଉନି । ଗୋଟିଏ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବିମା ପାଇଁ ଅର୍ଥ ସରକାର ଘୋଷଣା କରିଥିଲେ ମଧ୍ୟ ବୋର୍ଡ ନଥିବା କାରଣରୁ କିଛିବି କାମ ହେଉନାହିଁ । ଯଦି ଆଗାମୀ ୩୦ ତାରିଖ ମଧ୍ୟରେ ସରକାର ଏନେଇ ନିଷ୍ପତି ନନିଅନ୍ତି ପୁଣି ରାଜରାସ୍ତାକୁ ଓହ୍ଲାଇବ ସଂଘ । ଦରକାର ପଡ଼ିଲେ ଡ୍ରାଇଭର ଏକତା ମହମଞ୍ଚ ରାଜନୀତି କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.