74th Republic Day: ବିକାଶ ପଥରେ ବଲାଙ୍ଗୀର

By

Published : Jan 26, 2023, 6:41 PM IST

Updated : Feb 3, 2023, 8:39 PM IST

thumbnail

ବଲାଙ୍ଗୀର: ବଲାଙ୍ଗୀରରେ ଆଜି 74ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଯେଉଁଥିରେ ଓଡିଶା ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେଇଥିଲେ । ଏଥିସହ ସ୍ଥାନୀୟ ମନୋହର ପୁର ପୋଲିସ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ସେ ଆୟୋଜିତ ହୋଇଥିବା ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ବଲାଙ୍ଗୀର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  

ତେବେ ତାଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗୀର ଏସ ପି ନିତିନ କୁସଲକର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ପୌରାଧକ୍ଷ୍ୟ ଲିକା ସାହୁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବରିଷ୍ଟ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ତେବେ ଦୁଇ ବର୍ଷ ପରେ ଏଠି ବିନା କଟକଣା ରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି। ଯେଉଁଥିରେ ବଲାଙ୍ଗୀର ଏ ପି ଆର ପୋଲିସ , କନଷ୍ଟେବଳ, ବିଭିନ୍ନ ସ୍କୁଲ କଲେଜ ର ଏନ ସି ସି ସହିତ ମୋଟ 39 ଟି ଗ୍ରୁପ ପ୍ୟାରେଡ଼ ରେ ସାମିଲ ହୋଇଥିଲେ ।  

ସେହିପରି ଏଠି ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରିଥିଲେ। ସେପଟେ ଏହି ଅବସରରେ ସମସ୍ତଙ୍କୁ ମନ୍ତ୍ରୀ ରୋହିତ ପୁଝାରି ଶୁଭେଚ୍ଛା ଜଣାଇ ଥିଲେ। ଏହାସହ ଏଠିକାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହେଉଥିବାର ସେ କହିଛନ୍ତି। ଯେଉଁଥିରେ ନିକଟରେ ଲୋୟର ସୁକତେଲ ପ୍ରକଳ୍ପ ହେଉ କିମ୍ବା ରାଜେନ୍ଦ୍ର ୟୁନିଭରସିଟି କୁ 150 କୋଟିର ଜମି ପ୍ରଦାନ ହେଉ ସବୁ ପ୍ରକାର ଉନ୍ନୟନ ମୂଳକ କାମ ସରକାର କରିଛନ୍ତି ବୋଲି ସେ କହିଛନ୍ତି। ସେହିପରି ଖେଳ ଓ ଶିକ୍ଷାର ବିକାଶ ପାଇଁ ମଧ୍ୟ ସରକାର ଆର୍ଥିକ ଅନୁଦାନ ସହ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଥିବାର ସେ କହିଛନ୍ତି। ତେବେ ବଲାଙ୍ଗୀର ବର୍ତ୍ତମାନ ବିକାଶ ପଥେ ଆଗେଇ ଚାଲିଥିବାର ସେ କହିଛନ୍ତି। 

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.