77th Independence Day: ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

By

Published : Aug 15, 2023, 5:50 PM IST

thumbnail

ରାଇରଙ୍ଗପୁର: ସାରା ଭାରତ ପାଳୁଛି 77ତମ ସ୍ବାଧୀନତା ଦିବସ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର  ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣ ରେ ଜିଲ୍ଲାବାସୀ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦେଶ ସୁରକ୍ଷାରେ ଶହୀଦ ହୋଇଥିବା ଅମର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅଧିକାରୀ ବିକାଶ ମହାନ୍ତି, ସମନ୍ଵିତ ଶିଶୁ ବିକାଶ ବିଭାଗ ଅଧିକାରୀ ମମତାମୟୀ ଵିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ତାଳବଣିଆ ଇଣ୍ଡୋର ଷ୍ଟାଡିୟମରୁ ନକଲି ଯବାନ ଠାବ: ଚିହ୍ନିଲେ ସାମ୍ବାଦିକ, କାବୁ କଲା ପୋଲିସ

ତେବେ  ପୋଲିସ ବ୍ୟାଣ୍ଡ, ଏନସିସି, ସ୍କାଉଟ ଓ ଗାଇଡ ପ୍ୟାରେଡ୍‌ରେ ବିଭିନ୍ନ ବିଦ୍ୟାଳୟର ୪୩ଟି ଦଳ  ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ଏନସିସି ଦଳ ଗୁଡିକ ମଧ୍ୟରୁ  ଏମପିସି (ସ୍ଵୟଂ ଶାସିତ)୧ମ ସ୍ଥାନ, ଏମ୍ କେସି ଉଚ୍ଚ ବିଦ୍ୟାଳୟ  ୨ୟ ସ୍ଥାନ ଏବଂ ଅସନଯୋଡା କନ୍ୟା ଆଶ୍ରମ ୩ୟ ସ୍ଥାନ ଅଧିକାର କରିଥିବା ବେଳେ, ସ୍କାଉଟ ଓ ଗାଇଡ ଦଳ ମଧ୍ୟରୁ ସେଣ୍ଟ ଆନିସ କନଭେଣ୍ଟ ସ୍କୁଲ ୧ମ ସ୍ଥାନ , ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ୨ୟ ସ୍ଥାନ ଏବଂ ସରସ୍ଵତୀ ବିଦ୍ୟାମନ୍ଦିର ତୁଳସୀଚୌରା ୩ୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ରେଡକ୍ରସ ଦଳ ଗୁଡିକ ମଧ୍ୟରୁ  ଦେବେନ୍ଦ୍ରପୁର ୟୁପି ବିଦ୍ୟାଳୟ ୧ମ ସ୍ଥାନ, କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟ ୨ୟ ସ୍ଥାନ , ଏମକେସି ଉଚ୍ଚ ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ସିଭିଲିଆନ ଦଳ ଗୁଡିକ ମଧ୍ୟରୁ ସ୍ଥାନସତ୍ୟସାଇ ବିଦ୍ୟା ବିହାର ୧ମ ସ୍ଥାନ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୨ୟ ସ୍ଥାନ, ଏସଭିଏସ ସିରିଶବନି ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏହାସହ ଏଚସି ପରୀକ୍ଷା ୨୦୨୩ ରେ  ସାଧାରଣ, ଦିବ୍ୟାଙ୍ଗ, ଏସ୍ ଏସ୍ ଜି ଆଦି ବିଦ୍ୟାଳୟ ଗୁଡିକର ଜିଲ୍ଲାସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ସର୍ବଭାରତୀୟ ସ୍ତରରେ କୃତିତ୍ଵ ଅର୍ଜନ କରିଥିବା ବିଦ୍ୟାଳୟ ଗୁଡ଼ିକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।  

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.