ଡିଜିଟାଲ ଡାଏଲଗ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରା ବିଶ୍ବର ଭକ୍ତଙ୍କୁ ଆକର୍ଷିତ କରିବ: ବିଜୟ ପରିଡା

By ETV Bharat Odisha Team

Published : Jan 13, 2024, 6:08 PM IST

thumbnail

ETV Bharat Digital Dialogue: ଭୁବନେଶ୍ବର: ଆସନ୍ତା 17 ତାରିଖରେ ଉଦଘାଟନ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେବେ ଏହି ପ୍ରକଳ୍ପ ଦ୍ବାରା ବିଶ୍ବର କୋଣ ଅନୁକୋଣରୁ ଆସୁଥିବା ଭକ୍ତମାନେ ଜଗନ୍ନାଥଙ୍କ ପ୍ରତି ଆକର୍ଷିତ ହେବେ । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଡିଜିଟାଲ ଡାଏଲଗ' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ମନ୍ତବ୍ୟ ରଖିଛନ୍ତି ସଂସ୍କୃତି ପୃଷ୍ଠପୋଷକ ବିଜୟ ପରିଡା । ସେ କହିଛନ୍ତି, "ଜଗନ୍ନାଥ ସଂସ୍କୃତି ବିଶ୍ବବିଦିତ । ଜଗାର ଡୋରି ନ ଲାଗିଲେ କେହି ଶ୍ରୀମନ୍ଦିର ଆସିପାରିବେ ନାହିଁ । କିନ୍ତୁ ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ଆସୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସେମାନେ ଆଉ ହଇରାଣ ହେବେ ନାହିଁ । ପରିକ୍ରମା ପ୍ରକଳ୍ପରେ ଏସି ଟନେଲର ବ୍ୟବସ୍ଥା ହୋଇଥିବାରୁ ଭକ୍ତମାନେ ଲମ୍ବା ଧାଡିରେ ଅପେକ୍ଷା କରିବାରେ ଅସୁବିଧା ହେବ ନାହିଁ । ବିଶେଷ କରି ବୟସ୍କ ଲୋକମାନେ ବସିବା ପାଇଁ ବ୍ୟବସ୍ଥା ହୋଇଛି । ପୂର୍ବରୁ ଲୋକମାନେ ଶୌଚ ହେବା ପାଇଁ ବା ପରିସ୍ରା କରିବା ପାଇଁ ଟଏଲେଟର ବ୍ୟବସ୍ଥା ନଥିଲା । କିନ୍ତୁ ପରିକ୍ରମା ପ୍ରକଳ୍ପରେ ଟଏଲେଟ ନିର୍ମାଣ ହୋଇଛି । ଯାହାକୁ ଦର୍ଶନାର୍ଥୀଙ୍କୁ ସୁହାଇବ । ଭକ୍ତମାନେ ସୁବିଧାରେ ଅପେକ୍ଷା କରିପାରିବେ ।" ପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେନେଇ ମଧ୍ୟ ପରିକ୍ରମା ପ୍ରକଳ୍ପରେ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସେ ବିସ୍ତୃତ ଭାବରେ ଆମ ସହିତ ଆଲୋଚନା କରିଛନ୍ତି  । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡ଼ିଶା

ଏହା ବି ଦେଖନ୍ତୁ- Digital Dialogue: 'ଜନଜାଗରଣ ସୃଷ୍ଟି ନହେଲେ ରତ୍ନଭଣ୍ଡାର ଖୋଲାଯାଇପାରିବ ନାହିଁ'

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.