କଳାହାଣ୍ଡିରେ ଜମୁଛି କଂସ ଦରବାର, ଉପଭୋଗ କରୁଛନ୍ତି ଦର୍ଶକ

By

Published : Oct 28, 2022, 12:30 PM IST

Updated : Feb 3, 2023, 8:30 PM IST

thumbnail

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅଇଁଲାପାଲି କେନାଲ ଛକଠାରେ ଧନୁଯାତ୍ରା ଅନୁଷ୍ଠିତ । ଗତ ୨୬ ତାରିଖ ରୁ ୩୦ ଯାଏଁ ଗିରିଗୋବର୍ଦ୍ଧନ ଯାତ୍ରା ଉପଲକ୍ଷେ ବରଗଡ଼ ଜିଲ୍ଲାର କଳାକାରଙ୍କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହେଉଅଛି । ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ଗିରିଗୋବର୍ଦ୍ଧନ ଯାତ୍ରା ପଡ଼ିଆ । ପ୍ରଥମ ଦିନରେ ଉଗ୍ରସେନ ରାଜାଙ୍କୁ ସିଂହାସନରୁ ବିତାଡ଼ିତ କରିବା ସହ କଂସ ମହାରାଜଙ୍କ ରାଜୁତି ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ୭ରୁ ୧୧ ଯାଏ ଧନୁଯାତ୍ରା ମଞ୍ଚସ୍ଥ ହେଉଛି । କଂସ ଭୂମିକାରେ ବରଗଡ଼ ଧନୁଯାତ୍ରାର ପୂର୍ବ କଂସ ସୁପ୍ରସିଦ୍ଧ ବରିଷ୍ଠ କଳାକାର ହୃଷିକେଶ ଭୋଇ ଓ ବିଭିନ୍ନ ଭୂମିକାରେ ତାଙ୍କର ସାଥୀ ରହିଛନ୍ତି । ଇଟିଭି ଭାରତ, କଳାହାଣ୍ଡି

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.