ଘନ କୁହୁଡି ବଳୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର

By ETV Bharat Odisha Team

Published : Dec 29, 2023, 12:05 PM IST

thumbnail

Dense Fog At Konark Sun Temple: ନିମାପଡ଼ା: ଘନ କୁହୁଡି ବଳୟରେ ହଜିଯାଇଛି ସୂର୍ଯ୍ୟ ମନ୍ଦିର । କୁହୁଡିର ଆସ୍ତରଣ କବଳରେ କବଳିତ ହୋଇ ରହିଥିବା ଦେଖିବାକୁ ମିଳିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ସକାଳୁ ସକାଳୁ ମାତ୍ରାଧିକ ଘନ କୁହୁଡି ସୂର୍ଯ୍ୟ ମନ୍ଦିରକୁ ଏତେ ମାତ୍ରାରେ କବଳିତ କରିଥିଲା ଯେ, ପର୍ଯ୍ୟଟକମାନେ ମନ୍ଦିରକୁ ବୁଲି ଦେଖିବାରୁ ବଞ୍ଚିତ ହୋଇଥିଲେ । ସେପଟେ କୁହୁଡ଼ି ପ୍ରଭାବରେ ରାସ୍ତା ଘାଟରେ ଗାଡି ଚଳାଚଳ କରିବାରେ ନାହିଁ ନଥିବା ଅସୁବିଧା ହୋଇଥିଲା । 

ଏହା ମଧ୍ୟ ପଢ଼ନ୍ତୁ...ଘନ କୁହୁଡ଼ି ବଳୟରେ ବୌଦ୍ଧ, ମନ ମୋହୁଛି ଶୀତୁଆ ସକାଳର ଅପୂର୍ବ ଦୃଶ୍ୟ

ବିଶେଷକରି ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟ ଗୁଡିକୁ ଦେଖିବାରୁ ବଞ୍ଚିତ ହୋଇଥିଲେ । କୋଣାର୍କ ବଜାର ସହ ସୂର୍ଯ୍ୟ ମନ୍ଦିରକୁ ଦୀର୍ଘ ସମୟ ଧରି ସମ୍ପୂର୍ଣ୍ଣ ଭାବେ ଏହି କୁହୁଡି ଚାଦର ଲୁଚାଇ ରଖିଥିଲା । କୁହୁଡ଼ିର ପ୍ରଭାବରେ ଅତି ନିକଟ ଥିବା କୌଣସି ଜିନିଷ ମଧ୍ୟ ଖାଲି ଆଖିକୁ ଦୃଶ୍ୟମାନ ହେଉନଥିଲା । ଏହାସହ ଗାଡି ଚାଳକ ଗାଡି ଚଳାଇବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା । ନିମାପଡ଼ା, ଗୋପ ଓ ପିପିଲି ଆଦି ଅଞ୍ଚଳରେ ଘନ କୁହୁଡି ଦୀର୍ଘ ସମୟ ଧରି ରହିଥିଲା ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.