ଦାଣ୍ଡିଆ ନାଚରେ ଦୁଲୁକୁଛି କଳାହାଣ୍ଡି, ନାଚିଲେ ମନ ଭରି ଉପଭୋଗ କଲେ

By ETV Bharat Odisha Team

Published : Oct 24, 2023, 8:27 AM IST

thumbnail

ଭବାନୀପାଟଣା: ଧମୁଧଡାକା ମ୍ୟୁଜିକ ସାଙ୍ଗକୁ ଜବରଦସ୍ତ ନାଚ । କାହାର ପାଦ ବି ଅଟକୁ ନାହିଁ । ମନୋଭରି ନାଚିଲେ ଦାଣ୍ଡିଆ ନାଇଟ୍ସକୁ ଉପଭୋଗ କଲେ । ଦାଣ୍ଡିଆ ନାଚରେ ଦୁଲୁକୁଛି କଳାହାଣ୍ଡି । ଜଗତଜନନୀ ମା' ଦୁର୍ଗାଙ୍କ ମଣ୍ଡପରେ ନବମୀ ପୂଜା ଚାଲିଥିବା ବେଳେ ନବରାତ୍ର ପୂଜା ପାଇଁ ବିଭିନ୍ନ ସ୍ଥାନରେ ଜମୁଛି ଦାଣ୍ଡିଆ ନାଚ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା ଚାଲିଛି । ଭବାନୀପାଟଣା ସହରରେ ୧୨ଟି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଟିତ ହେଉଥିବା ବେଳେ ଶାରଦୀୟ ଉସବ ପାଇଁ ଜମୁଛି ଦାଣ୍ଡିଆ ନୃତ୍ୟ । ଯଦିଓ ଏହା ଗୁଜୁରାଟର ଲୋକ ନାଚ ହୋଇଥିବା ବେଳେ ଏହା ଶାରଦୀୟ ପୂଜା ସମୟରେ ମା'ଙ୍କ ଧରାବତରଣ ଖୁସିରେ ନାଚି ଉଠନ୍ତି ଶ୍ରଦ୍ଧାଳୁ । ଶାରଦୀୟ ଉତ୍ସବରେ ସମସ୍ତେ ମତୁଆଲା ହୋଇଛନ୍ତି ।  କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ସ୍ଥାନୀୟ ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଦାଣ୍ଡିଆ ନୃତ୍ୟର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଜମୁଛି ଦାଣ୍ଡିଆ ନାଇଟ । ପାର୍ବଣ ସମୟରେ ଦାଣ୍ଡିଆ ନାଚର ମଜା ଟିକେ ନିଆରା ଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ସମସ୍ତେ ଦାଣ୍ଡିଆର ଧୁନରେ ପାଦ ପକାଇଛନ୍ତି । ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଦାଣ୍ଡିଆ ନୃତ୍ୟର ଆସର । କେବଳ ଯେ କେସିଙ୍ଗା ସହର ତାହା ନୁହେଁ ବରଂ ଭବାନୀପାଟଣା ସହରର ପରଦେଶୀ ପଡ଼ା ପୂଜା କମିଟି ପକ୍ଷରୁ ମଧ୍ୟ ଦାଣ୍ଡିଆ ନାଇଟର ଆୟୋଜନ କରାଯାଇଥିଲା। ସମସ୍ତ ଯୁବତୀ ଏକତ୍ରୀତ ହୋଇ ମଣ୍ଡପ ସମ୍ମୁଖରେ ଦାଣ୍ଡିଆ ନାଚାର ମଜା ନେଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.